ଅନୁଗୋଳରେ ହାତୀ ଉପଦ୍ରବ, ଟେନସନରେ ଶାସକ ଓ ପ୍ରଶାସକ - ELEPHANTS HAVOC
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 23, 2024, 7:51 PM IST
ଅନୁଗୋଳ: ହାତୀ ପାଇଁ ଟେନସନରେ ଏବେ ଅନୁଗୋଳ ଜିଲ୍ଲାର ଶାସକ ଓ ପ୍ରଶାସକ । ସବୁଦିନଆ ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଲୋକେ । କ'ଣ କଲେ ଏହାର ସମାଧାନ ହେବ । କେମିତି ହାତୀ ଉପଦ୍ରବ କମିବ, ଆଉ ହାତୀ ମଣିଷ ଲଢେ଼ଇର ଅବସାନ ହେବ, ତାକୁ ନେଇ ହୋଇଛି ମାନସ ମନ୍ଥନ । ଅନୁଗୋଳ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଛି । ପ୍ରାୟ ୧୭୬ ହାତୀ ଜଙ୍ଗଲ ଛାଡି ଜନବସତି ନିକଟରେ ରହୁଛନ୍ତି । ବ୍ୟାପକ ଧନଜୀବନ ଓ ଫସଲହାନୀ କରୁଛନ୍ତି । ତେଣୁ କିଭଳି ବଣୁଆ ହାତୀପଲକୁ ନିୟନ୍ତ୍ରଣ କରାଯାଇ ପାରିବ, ସେନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଅନୁଗୋଳ ଡିଏଫଓ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହାତୀପଲ କାହିଁକି ଜଙ୍ଗଲ ଭିତରକୁ ଯାଉ ନାହାଁନ୍ତି, କ'ଣ କଲେ ହାତୀପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେବେ ନାହିଁ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି ।
ଅନୁଗୋଳ ବନଖଣ୍ଡର ହାତୀ ଉପଦ୍ରବ ଅଞ୍ଚଳ ଗୁଡିକରେ ଅଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଲାଇଟ ଲଗାଇବା, ସୋଲାର ତାରବାଡ଼କୁ ଆହୁରି ଅଧିକ ବିସ୍ତୃତ କରିବା, ଜନବସତି ନିକଟରେ ଟ୍ରେଞ୍ଚ ଖୋଲିବା ଏବଂ ଅଧିକ କର୍ମଚାରୀଙ୍କୁ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ କହିଛନ୍ତି ଯେ, ଦେଶର ଯେଉଁଠି ଅଧିକ ହାତୀ ଅଛନ୍ତି ସେହି ସ୍ଥାନରୁ ବିଶେଷଜ୍ଞମାନଙ୍କୁ ଡାକି ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କଲେ ହାତୀ ଉପଦ୍ରବ ସାମାନ୍ୟ କମିବ । ଖୁବଶୀଘ୍ର ଏ ପ୍ରସ୍ତାବ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ଡିଏଫଓ କହିଛନ୍ତି । ଏହି ବୈଠକକରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ଉପଜିଲାପାଳ ଓ ବହୁ ବିଭାଗୀୟ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ବିଦ୍ୟୁତ ନେଲା ୩ ହାତୀଙ୍କ ଜୀବନ, ଶକ୍ତ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ ଏହା ମଧ୍ୟ ପଢ଼ନ୍ତୁ...‘୨୦୨୦ରୁ ରାଜ୍ୟରେ କେତେ ହାତୀ ମଲେଣି, କଣ ନେଇଛ ପଦକ୍ଷେପ’: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ |
ଇଟିଭି ଭାରତ, ଅନୁଗୋଳ