thumbnail

By ETV Bharat Odisha Team

Published : Apr 11, 2024, 3:49 PM IST

ETV Bharat / Videos

କଟକରେ ଧୁମଧାମରେ ଇଦ ପାଳିଲେ ମୁସଲମାନ ସମ୍ପ୍ରଦାୟ - Eid Celebration In Cuttack

Eid Celebration: କଟକ: ଆଜି ପବିତ୍ର ଇଦ-ଉଲ-ଫିତର । 'ଇଦ'ର ଅର୍ଥ ଖୁସି, 'ଫିତର' ଅର୍ଥ ଦାନ। ଅର୍ଥାତ ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷ ସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରିବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ଇସଲାମ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ମାସ ସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) କରାଯିବାର ପରମ୍ପରା ରହିଥାଏ । ତେବେ ମୁସଲମାନ ଶ୍ରଦ୍ଧାଳୁ ମାନେ ଭୋରରୁ ଉଠି ଉପବାସ ରଖିଥିଲେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜ୍ବଳା ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି। 

ଏହା ବି ପଢନ୍ତୁ...ନେତାଙ୍କ ଇଦ୍‌: ମସଜିଦରେ ରାଜନେତାଙ୍କ ଭିଡ, ପରସ୍ପରକୁ ଜଣାଇଲେ ମୁବାରକ - EID UL FITR 2024

ଆଜି ପବିତ୍ର ରମଜାନ ମାସର ଶେଷ ଦିନ । ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ । ମଙ୍ଗଳବାର ପରିବର୍ତ୍ତେ ବୁଧବାର ଚନ୍ଦ୍ର ଦେଖିବା ପରେ ରମଜାନ ମାସ 'ଇଦ ଉଲ-ଫିତର' ଆଜି ସାରା ଓଡ଼ିଶାରେ ପାଳିତ ହୋଇଛି । କଟକର ଐତିହାସିକ ପୀଠ କୁହାଯାଉଥିବା କଦମ-ଏ-ରସୁଲ , ଇଦଘା ପରିସରରେ ସମୂହ ନମାଜ ପାଠ କରିବା ପାଇଁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଛି। 
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.