ବନ୍ଦ ଡାକରାକୁ ମାଲକାନଗିରିରେ ସମର୍ଥନ, କଂଗ୍ରେସ କର୍ମୀଙ୍କ ସମେତ ଏଆଇଟିୟୁସିର ଧର୍ମଘଟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 16, 2024, 10:03 PM IST

Effect of Bharat Bandh: ମାଲକାନଗିରି: ଆଜି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାକୁ କଂଗ୍ରେସର ସମର୍ଥନ ମିଳିଛି । ଫଳରେ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହାକୁ ସମର୍ଥନ କରି ମାଲକାନଗିରି ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ ହୋଇଛି ।  

ଏହା ମଧ୍ୟ ପଢ଼ନ୍ତୁ.... ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ

ମାଲକାନଗିରି ଜିଲ୍ଲା କଂଗ୍ରେସ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିବା ସହିତ ସଫଳ କରିଛନ୍ତି । କୃଷକଙ୍କ ଏମଏସପି ଦାବି ସହିତ ଜିଲ୍ଲା କଂଗ୍ରେସ ପକ୍ଷରୁ ବେକାରୀ ସମସ୍ୟା, ଜିଲ୍ଲା ଭିତ୍ତିକ ନିଯୁକ୍ତି, ମାଲକାନଗିରି ଜିଲ୍ଲାରେ ପଡ଼ିରହିଥିବା ବିଇଡି କଲେଜକୁ କାର୍ଯ୍ୟକ୍ଷମ କରାଇବା ସହିତ ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ କଲେଜ ଗୁଡ଼ିକ ସରକାରୀ କଲେଜ ରୂପରେ ଘୋଷଣା କରିବା ପ୍ରମୁଖ ଦାବି ଗୁଡ଼ିକ ଜିଲ୍ଲା କଂଗ୍ରେସ କମିଟି ଉପସ୍ଥାପନ କରିଛନ୍ତି । ଭାରତ ବନ୍ଦ ଡାକରାରେ ସହରର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଯଦିଓ କିଛି କିଛି ସ୍ଥାନରେ ଗାଡ଼ି ମୋଟର ଚାଲିଥିଲା ତଥାପି ସହର ବନ୍ଦ ରହିଥିଲା । ଏହି ବନ୍ଦ ଡାକରାରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ଜି. ଶ୍ରୀନିବାସ ରାଓ, ସମେତ ଜିଲ୍ଲା କଂଗ୍ରେସର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଅନ୍ୟପଟେ ଜିଲ୍ଲା ଏଆଇଟିୟୁସି ପକ୍ଷରୁ ଆଜି ମାଲକାନଗିରି ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା କଲେକ୍ଟୋରେଟରେ ପହଞ୍ଚି ଧର୍ମଘଟ କରିଥିଲେ । ଏହି ଶୋଭାଯାତ୍ରାରେ ଏଆଇଟିୟୁସି ବ୍ୟତିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ, ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ, ଉତ୍କଳ ମହିଳା ସମିତି, ଏଆଇଓ୍ଵଆଇଏଫ୍ ଓ ଏଆଇଏସ୍ଏଫ୍ ମଧ୍ୟ ଯୋଗ ଦେଇଥିଲେ ।  

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.