ଭୁବନରେ ଗଡିଲା ଶିକ୍ଷା ସଚେତନତା ରଥ - ଶିକ୍ଷା ସଚେତନତା ରଥ
🎬 Watch Now: Feature Video

Published : Feb 6, 2024, 9:00 PM IST
Education Awareness Rath: ଢେଙ୍କାନାଳ: ଶିକ୍ଷା ଜୀବନକୁ ସରସ ସୁନ୍ଦର କରିଥାଏ । ଶିକ୍ଷା ହିଁ ଗୋଟିଏ ବିଦ୍ୟାର୍ଥୀକୁ ଜୀବନର ମୂଲ୍ୟବୋଧ ସିଖାଇଥାଏ । ତେଣୁ ଶିକ୍ଷା ପ୍ରତି ସଚେତନତା ସୃଷ୍ଟି ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନେରେ ଗଡିଛି ଶିକ୍ଷା ସଚେତନତା ରଥ । ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ତେବେ ପିଲାମାନେ କିପରି ଭାବରେ ଅଧାରୁ ପାଠ ନଛlଡି ସବୁବେଳେ ସ୍କୁଲ ଯାଇ ଶିକ୍ଷା ଗ୍ରହଣ କରିବେ ଓ ଲୋକମାନେ ସଚେତନ ହୋଇ ନିଜ ଛୁଆଙ୍କୁ ଭଲ ଶିକ୍ଷା ଦେବେ ଏହା ଏହି ସଚେତନତା ରଥର ମୂଳ ଉଦ୍ଦେଶ୍ୟ।
ପୂର୍ବ ବର୍ଷ ମଧ୍ୟ ଏହି ରଥ ମାଧ୍ୟମରେ କୌଣସି କାରଣ ନିମନ୍ତେ ଅଧାରୁ ପାଠ ଛାଡିଥିବା ଅନେକ ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବାରେ ସକ୍ଷମ ହୋଇ ପାରିବା ସହିତ ବିଦ୍ୟାର୍ଥୀମାନେ ମଧ୍ୟ ନିୟମିତ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦ୍ବିତ କୁମାର ସାମଲ । ତେବେ ଶିକ୍ଷା ସଚେତନତା ରଥ ଆସନ୍ତା ତିନିଦିନ ମଧ୍ୟରେ ଭୁବନ ବିଜ୍ଞାପିତ ଅଞ୍ଚଳ ସହିତ ବ୍ଲକର ସମସ୍ତ 18ଟି ପଞ୍ଚାୟତ ବୁଲି ସଚେତନତା ବାର୍ତ୍ତା ଦେବ ବୋଲି ସୂଚନା ଦେଇଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ।
ଏହା ମଧ୍ୟ ପଢ଼ନ୍ତୁ....ଅଧ୍ୟାପକଙ୍କ ସଂଖ୍ୟା ସରକାରୀ କଲେଜରେ କମୁଛି, ବେସରକାରୀ କଲେଜରେ ବଢୁଛି
ଇଟିଭି ଭାରତ, ଢେଙ୍କାନାଳ