ଉତ୍ସବମୁଖର ସିଲଭର ସିଟି ; ପୂଜା ପାଉଛନ୍ତି ମା' କାଳୀ - KALI PUJA CELEBRATION IN CUTTACK
🎬 Watch Now: Feature Video
Published : Oct 31, 2024, 5:36 PM IST
କଟକ: ସିଲଭରସିଟିରେ ଚାଲିଛି ପବିତ୍ର କାଳୀପୂଜା । ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ତଥା କାଳୀପୂଜାକୁ ପାଳନ କରୁଛନ୍ତି କଟକବାସୀ । ବର୍ଷର ସବୁ ଅମାବାସ୍ୟା ମଧ୍ୟରେ ଦୀପାବଳି ଅମାବାସ୍ୟାର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ଏହିକ୍ରମରେ ଆଜି କଟକ ଖାନଗର ଦକ୍ଷିଣ କାଳୀ ଓ ସ୍ମଶାନ କାଳୀ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଆଜି ମା'ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ମଧ୍ୟ ଜାରି ରହିଛି । କଟକର ପ୍ରସିଦ୍ଧ ଦକ୍ଷିଣ କାଳୀ ଓ ସ୍ମଶାନ କାଳୀ ମନ୍ଦିରରେ ସକାଳୁ ମା'ଙ୍କ ପହୁଡ଼ ଖୋଲିବା ପରେ ଆରମ୍ଭ ହୋଇଥିଲା ମଙ୍ଗଳ ଆଳତୀ ଓ ଖେଚୁଡ଼ି ଭୋଗ । ପରେ ମା'ଙ୍କ ଦୁର୍ଲ୍ଲଭ ମହାକାଳୀ ବା ଶ୍ୟାମକାଳୀ ବେଶ ଅନୁଷ୍ଠିତ ହୋଇଥିଲା ।ସେପଟେ କଟକ ସହରରେ 70ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ମା' ପୂଜା ପାଉଛନ୍ତି । ରୀତିନୀତି ଅନୁସାରେ ଆଜି ମଧ୍ୟ ରାତ୍ରିରେ ମା'ଙ୍କ ପୂଜା କରାଯିବ । ବିଭିନ୍ନ ପୂଜା ମଣ୍ଡପରେ ଚାନ୍ଦି ଓ ସୁନା ଅଳଙ୍କରରେ ସୁସଜ୍ଜିତ ହୋଇଛନ୍ତି ମା' । ଆଜି ମଣ୍ଡପରେ ମା' ପୂଜା ପାଇବା ପରେ ଦୁଇ ଦିନ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଏବଂ ଆସନ୍ତା ବୁଧବାର ଦିନ ମା' ମେଲାଣି ନେବେ ।
ଏହା ମଧ୍ୟ ପଢନ୍ତୁ....କାହିଁକି ପାଳନ ହୁଏ ଦୀପାବଳି, କ’ଣ ରହିଛି ପୌରାଣିକ କିମ୍ବଦନ୍ତୀ ?
ଇଟିଭି ଭାରତ ,କଟକ