ଝାରସୁଗୁଡାରେ ମତ ସାବ୍ୟସ୍ତ କଲେ ବିଭିନ୍ନ ଦଳର ପ୍ରାର୍ଥୀ - MLA Candidates Cast Their Votes

By ETV Bharat Odisha Team

Published : May 20, 2024, 7:59 PM IST

thumbnail
MLA Candidates Cast Their Votes (ETV Bharat Odisha)

MLA Candidates Cast Their Votes: ଝାରସୁଗୁଡା: ଚାଲିଛି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆଜି ୫ଟି ଲୋକସଭା ଆସନ ସହିତ ରାଜ୍ୟରେ ୩୫ଟି ବିଧାସସଭା ସିଟ ପାଇଁ ମତଦାନ ଜାରି ରହିଛି । ଏହି କ୍ରମରେ ଝାରସୁଗୁଡାର ସାଧାରଣ ଜନତାଙ୍କ ସମେତ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ବ୍ରଜରାଜନଗରର ବିଜେଡ଼ି ପ୍ରାର୍ଥିନୀ ଅଳକା ମହାନ୍ତି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ନିଜ ମତ ସାବ୍ୟସ୍ତ କରିଛନ୍ତି । ଆଜି ସକାଳୁ ଝାରସୁଗୁଡ଼ା ପୌରାଞ୍ଚଳ ସ୍ଥିତ ମନମୋହନ ସ୍କୁଲରେ ଥିବା ୬୧ନଂ ବୁଥରେ ନିଜ ଭୋଟ ଦେଇଥିଲେ । ନିଜର ଯେଉଁ ଅଧିକାର ଅଛି, ନିଜ ଅଞ୍ଚଳର ପ୍ରତିନିଧି ବାଛିବା ପାଇଁ ମତଦାନକୁ ଆସି ସମସ୍ତେ ନିଜ ସାବ୍ୟସ୍ତ କରନ୍ତୁ ବୋଲି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି କହିଥିଲେ ।  

ଏହା ମଧ୍ୟ ପଢନ୍ତୁ ... ଭୋଟ୍ ଦେଇ ଉତ୍ସାହିତ ଯୁବ ଭୋଟର, ମତଦାନ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କ ଅପିଲ - Voting Under Way In Jharsuguda

ଆଜି ଝାରସୁଗୁଡ଼ା ଗୁଜୁରାଟୀ କଲୋନୀରେ ଥିବା ବୁଥକୁ ଆସି ନିଜ ମତ ସାବ୍ୟସ୍ତ କଲେ ବିଜେପି ନେତା ଟଙ୍କଧର ତ୍ରିପାଠୀ । ଆଜି ଝାରସୁଗୁଡ଼ା ପୌରାଞ୍ଚଳର ଗୁଜୁରାଟୀ କଲୋନୀରେ ଥିବା ବୁଥକୁ ନିଜ ଧର୍ମପତ୍ନୀଙ୍କ ସହ ଆସି ଭୋଟ ଦେଇଛନ୍ତି ବିଜେପି ନେତା ତଥା ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଏହି ଗଣତନ୍ତ୍ରର ପର୍ବରେ ସାମିଲ ହୋଇ ବହୁତ ଗର୍ବ ଅନୁଭବ କରିବା ସହିତ ଏକ ସଶକ୍ତ ରାଷ୍ଟ୍ର ନିର୍ମାଣରେ ନିଜେ ଭାଗିଦାର ହୋଇ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି କହିଥିଲେ ଟଙ୍କଧର ତ୍ରିପାଠୀ ।  

ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ନିଜ ପରିବାର ସହିତ ଆସି ସରବାହାଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ୧୩୩ ନମ୍ବର ସଖୀ ବୁଥ ଠାରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତାଙ୍କ ସହିତ ମାଆ, ଭାଇ ବିଶାଳ ଦାସ ଓ ଭାଉଜ ଆସି ମତ ସାବ୍ୟସ୍ତ କଲେ । ଏହି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ବେଶ ଖୁସି ଅନୁଭବ କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଭୋଟ ଦେବା ପାଇଁ ପ୍ରେରିତ କରିଥିଲେ । ନିଜ ଅଞ୍ଚଳର ବିକାଶ ପାଇଁ ଭଲ ପ୍ରତିନିଧିଟେ ବାଛିବା ପାଇଁ ଗଣତନ୍ତ୍ର ଏହି ଅଧିକାର ଆମକୁ ଦେଇଛି ଏବଂ ସମସ୍ତେ ଯାଇ ଏହି ଅଧିକାର କୁ ସାବ୍ୟସ୍ତ କରନ୍ତୁ ବୋଲି ଦୀପାଳି ଦାସ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.