ରଜ ସଂକ୍ରାନ୍ତିରେ ଜଗା ଦର୍ଶନ କଲେ ଭକ୍ତ, ବଡ଼ଦାଣ୍ଡ ହେଲା ଜନ ସମୁଦ୍ର - Jagannath Temple - JAGANNATH TEMPLE
🎬 Watch Now: Feature Video

Published : Jun 15, 2024, 9:48 PM IST
Devotees Visited Puri Temple: ପୁରୀ: ଆଜି ପବିତ୍ର ରଜ ସଂକ୍ରାନ୍ତି। ଛୁଟି ଦିନ ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ନେଇ ବ୍ୟବସ୍ଥା ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ବାରିକେଡର ବ୍ୟବସ୍ଥା କରାଯାଇଛି। ତେବେ ଭକ୍ତ ମାନେ ପ୍ରତିକ୍ରିୟାରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସି ବେଶ ଖୁସିଥିବା କହିଛନ୍ତି। ଜଗତର ମଙ୍ଗଳ ପାଇଁ ଭକ୍ତ ମାନେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିବା କହିଛନ୍ତି।
ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଯିବ ନିଷ୍ପତ୍ତିକୁ ଭକ୍ତମାନେ ସ୍ୱାଗତ କରିଛନ୍ତି। ଏହା ଦ୍ବାରା ଅଧିକ ସମୟ ଆଉ ଧାଡ଼ିରେ ରହିବାକୁ ପଡ଼ୁ ନଥିବା ବେଳେ ନିଜ ଇଚ୍ଛାରେ ଆସି ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରି ଯାଇ ପାରୁଛନ୍ତି। ପୂର୍ବରୁ ସିଂହ ଦ୍ଵାରକୁ ଛାଡ଼ି ଅନ୍ୟ କୌଣସି ଦ୍ଵାରରେ ପ୍ରବେଶ ହେଉନଥିଲା। ଏଥି ପାଇଁ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ତେବେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରୁଥିବା ସ୍ଥାନ ଭିତରେ କାଠ ଓ ବାହାର କାଠ ନିକଟରେ ପ୍ରବଳ ଭିଡ଼ ଯୋଗୁ ଅନେକ ଭକ୍ତ ମହାପ୍ରଭୁଙ୍କୁ ଠିକରେ ଦର୍ଶନ କରିପାରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ ଭିଡକୁ ଦୃଷ୍ଟିରେ ରଖି ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଓ ଶ୍ରୀମନ୍ଦିର ଭିତରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବଡଦାଣ୍ଡରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଛି।
ଇଟିଭି ଭାରତ, ପୁରୀ