ଭକ୍ତ-ଭଗବାନ ମଧ୍ୟରେ କମିଲା ଦୂରତା: ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର, ନୂଆ ସରକାରର ନିଷ୍ପତ୍ତିକୁ ନେଇ କ’ଣ କହୁଛନ୍ତି ଶ୍ରଦ୍ଧାଳୁ - Jagannath temple opened - JAGANNATH TEMPLE OPENED
🎬 Watch Now: Feature Video
Published : Jun 13, 2024, 11:12 AM IST
ପୁରୀ: ଆଜି ଦୀର୍ଘ 4ବର୍ଷ ପରେ ଶ୍ରୀମନ୍ଦିର ସମସ୍ତ 4ଦ୍ବାର ଖୋଲିଛି । ଗତକାଲି କ୍ଷମତାସୀନ ହୋଇଥିବା ବିଜେପି ସରକାର ଶ୍ରୀମନ୍ଦିର ସଂସ୍କାରମୂଳକ ପଦକ୍ଷେପରୁ କାର୍ଯ୍ୟ ଆରମ୍ଭ କରିଛି । ଗତକାଲି ସଂଧ୍ୟାରେ ବସିଥିବା ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକର ପ୍ରଥମ ନିଷ୍ପତ୍ତି ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ଓ ପୁରା ମନ୍ତ୍ରିମଣ୍ଡଳର ଉପସ୍ଥିତିରେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରର 4ଦ୍ବାର ଖୋଲାଯାଇଛି । 2020 କୋଭିଡ କଟକଣା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରଶାସନିକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ଅବ୍ୟବସ୍ଥାରେ ଛଟପଟ ହେଉଥିବା ଶ୍ରଦ୍ଧାଳୁମାନେ ଆଜି 4ଦ୍ବାରରେ ପ୍ରବେଶ କରି କାଳିଆ ଠାକୁରଙ୍କ ଦର୍ଶନ କରିଛନ୍ତି । ଗତ ବର୍ଷଗୁଡିକରେ ସମ୍ମୁଖୀନ ହୋଇଥିବା ଅବ୍ୟବସ୍ଥା ଓ ସମସ୍ୟାର ଅନୁଭୂତି ବଖାଣିବା ପାଇଁ ଏହି ନିଷ୍ପତ୍ତି ପାଇଁ ନୂଆ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ପୁରୀରେ ଭିନ୍ନ ଏକ ପରିବେଶ ଦେଖିବାକୁ ମିଳିଛି । ବିଜେପି ସରକାରର ସମସ୍ତ ମନ୍ତ୍ରୀ ଆଜି ମହାପ୍ରଭୁଙ୍କ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ।
ଇଟିଭି ଭାରତ, ପୁରୀ