thumbnail

By ETV Bharat Odisha Team

Published : Jun 12, 2024, 4:02 PM IST

ETV Bharat / Videos

ଶପଥ ଗ୍ରହଣ ପୂର୍ବରୁ ବସ୍ତି ବୁଲିଲେ ଭାବି ମୁଖ୍ୟମନ୍ତ୍ରୀ, କହିଲେ ବିଜେପି ସରକାରରେ ଆଦିବାସୀଙ୍କ ବିକାଶକୁ ମିଳିବ ପ୍ରାଧାନ୍ୟ - Mohan Majhi

New CM Mohan Majhi visits Bhubaneswar Slum area: ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ମୋହନ ମାଝୀ । ଏହା ପୂର୍ବରୁ ସେ ରାଜଧାନୀରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି  । ସେପଟେ ବିଜେପି ସରକାରରେ ଆଦିବାସୀମାନଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ମୋହନ ମାଝୀ । ଏହାସହ ଆଗକୁ କିଭଳି ଆଦିବାସୀମାନଙ୍କ ଜମି ଅଣ-ଆଦିବାସୀମାନଙ୍କୁ ବିକ୍ରି ନହେବ ଏବଂ ସରକାରୀ ଜମିରେ ଥିବା ଆଦିବାସୀମାନଙ୍କୁ ସରକାରୀ ପଟ୍ଟା ଦେବାର ବ୍ୟବସ୍ଥା କରାଯିବ  । ସେମାନଙ୍କ ଜୀବନଜୀବିକା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ମୋହନ  । 



ଆଜି ସକାଳେ ଗୋପବନ୍ଧୁ ଛକ ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ ଭାବି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ବାଣୀ ବିହାରରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମା' ସରସ୍ବତୀଙ୍କ ଆଶୀର୍ବାଦ ନେଇଛନ୍ତ  । ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି ଓ ଧରଣୀ ଭୂୟାଁ ପ୍ରମୁଖ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ସେହିପରି ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ, ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଉପସ୍ଥିତ ଥିଲେ  ।


ଏହା ମଧ୍ୟ ପଢ଼ନ୍ତୁ...କାହିଁକି ମୋହନ, କନକ ଓ ପ୍ରଭାତୀଙ୍କୁ ବାଛିଲା ବିଜେପି, ନିଷ୍ପତ୍ତି ପଛରେ କେଉଁ ରଣନୀତି ! - BJP govt in Odisha


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.