ସିଲଭରସିଟିରେ ଦେବସ୍ନାନ ପୂର୍ଣ୍ଣିମା ପାଳନ, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ - Deva Snana Purnima 2024

By ETV Bharat Odisha Team

Published : Jun 22, 2024, 6:41 PM IST

thumbnail
Deva Snana Purnima 2024 (ETV Bharat Odisha)

Deva Snana Purnima 2024: କଟକ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ଜଳରେ ସ୍ନାନ କରିଛନ୍ତି ମହାବାହୁ। ସେହିପରି ସମଗ୍ର ରାଜ୍ୟରେ ଆଜି ଜାରି ରହିଛି ଏହି ନୀତିକାନ୍ତି। ଏହିକ୍ରମରେ କଟକର ଦୋଳମୁଣ୍ଡାଇ, ଚନ୍ଦନୀଚୌକ, ରାଣୀହାଟ ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରତ୍ନବେଦୀରୁ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ଅଣାଯାଇ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ହାତୀ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ଅବସରରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.. ନୟାଗଡ଼ରେ ସ୍ନାନପୂର୍ଣ୍ଣିମା ପାଳିତ, ସ୍ନାନଦେବୀରେ ଦର୍ଶନ ଦେଲେ ଶ୍ରୀଜିଉ - Deva Snana Purnima 2024

ପୂଜକଙ୍କ କହିବାନୁଯାୟୀ ରୀତିନୀତି ଅନୁସାରେ ରାତି 4ରୁ ଦ୍ୱାର ଖୋଲିବା ପରେ ମଙ୍ଗଳ ଆଳତୀ ହେଇଥିଲା। ଏହାପରେ ବିଭିନ୍ନ ପୂଜାର୍ଚ୍ଚନା ସରିବା ପରେ ପହଣ୍ଡି ହୋଇ ପ୍ରଭୁ ସ୍ନାନବେଦୀକୁ ଆସିଥିଲେ। ଏହାପରେ ନିର୍ଧାରିତ ନୀତି ଅନୁସାରେ ସ୍ନାନ କରାଯାଇଥିଲା। ଏହାପରେ ସନ୍ଧ୍ୟା ସମୟରେ 108 ଆଳତୀ ହେବ ଓ ପରେ ରାତି 12 ସମୟରେ ପ୍ରଭୁ ଅଣସର ଗୃହକୁ ଯିବେ ବୋଲି କହିଛନ୍ତି ପୂଜକ। ଅନ୍ୟପଟେ ଭକ୍ତ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ମନ୍ଦିର ପରିସର ମଧ୍ୟରେ ଭିଡ଼ ଜମାଇଥିଲେ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.