ଜନ୍ମବେଦୀକୁ ବିଜେ କଲେ ପ୍ରଭୁ ବଳଦେବଜୀଉ, ମହାସ୍ନାନ ଓ ଅନ୍ନଭୋଗ ସମ୍ପନ୍ନ - Rath Yatra Rituals In Kendrapada

By ETV Bharat Odisha Team

Published : Jul 11, 2024, 11:06 AM IST

thumbnail
Rath Yatra Rituals In Kendrapada (ETV Bharat Odisha)

Rath Yatra Rituals In Kendrapada: କେନ୍ଦ୍ରାପଡ଼ା: ବିଭ୍ରାଟ ପରେ ବିଭ୍ରାଟ ହେବାରେ ଲାଗିଛି ବଡଠାକୁରଙ୍କର ନୀତିକାନ୍ତିରେ । ତୁଳସୀ କ୍ଷେତ୍ରରେ ଦୀର୍ଘ ୪ ଦିନ ଧରି ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରକୁ ଯାଇ ନପାରି ଓପାସରେ ରହିଛନ୍ତି । ପରମ୍ପରା ଅନୁସାରେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଆଡ଼ପ ମଣ୍ଡପକୁ ବିଜେ କରିଥାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି  । ଏହି ପରମ୍ପରା ଓ ପ୍ରଥା କାହିଁ କେତେ କାଳରୁ ଚାଲିଆସିଛି  ।

ଚଳିତ ବର୍ଷ ଏହି ପରମ୍ପରା ରଥ ନିର୍ମାଣରେ ଥିବା ବୈଷୟିକ ତ୍ରୁଟି ଯୋଗୁଁ ଭଙ୍ଗ ହୋଇଛି । ଗତକାଲି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ରହିଥିବାବେଳେ ତ୍ରୁଟିଯୁକ୍ତ ରଥ ନିର୍ମାଣ ସହ ରଥ ଚଳାଇବାକୁ ନେଇ ପ୍ରଶାସନିକ ବିଫଳତା ମହାପ୍ରଭୁ ଶେଷନାଗଙ୍କ ଗୁଣ୍ଡିଚା ମା'ଙ୍କ ଘର ବା ଆଡ଼ପ ମଣ୍ଡପ ବିଜେ ନୀତିକୁ ବ୍ୟତିକ୍ରମ କରାଇଛି । ପ୍ରଥମ ଦିନ ବ୍ରହ୍ମ ତାଳଧ୍ଵଜ ରଥ ପରମ୍ପରା ଅନୁଯାୟୀ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ନିକଟରେ ଅଟକିବାକୁ ଥିବାବେଳେ ଉକ୍ତଦିନ ରଥ ସୂର୍ଯ୍ୟାସ୍ତ କାରଣରୁ ଚାଲି ପାରିନଥିଲା ।  

ଏହା ମଧ୍ୟ ପଢନ୍ତୁ... ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ବ୍ରହ୍ମ ତାଳଧ୍ବଜ, ୪ ଦିନ ଧରି ଭୋକରେ ମହାପ୍ରଭୁ - Brahma Taladhwaja Reached

ଗତ ସୋମବାର ବ୍ରହ୍ମ ତାଳଧ୍ଵଜ ରଥ ଦେବୋତ୍ତର ବିଭାଗ ପାଖରୁ ମାତ୍ର ୫୦ ମିଟର ଦୂରରେ ଫୁଟପାଥ ପାଇଁ ଏବଂ ରଥ ବାମ ମୋଡ଼ ନେଇଥିବାରୁ ଅଟକି ରହିଥିଲା । ପୁନର୍ବାର ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକାରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତ୍ରୁଟିଯୁକ୍ତ ରଥ ନିର୍ମାଣ ଏବଂ ରଥ ପୂର୍ବଦିନ ଭଳି ବାମ ମୋଡ଼ ନେବାରୁ ରଥ ଆଉ ମାତ୍ର ୫୦ମିଟର ପରେ ଅଟକି ରହିଛି  । ଜିଲ୍ଲା ପ୍ରଶାସନ ପକ୍ଷରୁ ରଥକୁ ଗୁଣ୍ଡିଚା ମାଉସୀ ମନ୍ଦିର ପର୍ଯ୍ୟନ୍ତ ନେବାପାଇଁ ଆପ୍ରାଣ ଉଦ୍ୟମ ସ୍ବରୂପ ରେଲୱେ ବିଭାଗର ହାଇଡ୍ରା ମେସିନ, ରଥ ଉଠାଇବା ପାଇଁ ଜ୍ୟାକ ସମେତ ରେଲୱେ ବିଭାଗର ବରିଷ୍ଠ ଯନ୍ତ୍ରୀମାନଙ୍କ ଦ୍ବାରା ସକଳ ଉଦ୍ୟମ ସତ୍ତ୍ବେ ରଥ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ସ୍ଥାନରୁ ଗୋଟିଏ ଇଞ୍ଚ ମଧ୍ୟ ଆଗକୁ ଯାଇପାରିନଥିଲା । ଶେଷରେ ବିଳମ୍ବିତ ରାତିରେ ଜନ୍ମବେଦୀକୁ ପହଣ୍ଡି ହୋଇଆସିଛନ୍ତି ଚତୁର୍ଦ୍ଧମୂର୍ତ୍ତି । ଏହାସହ ତାଙ୍କ ନିକଟରେ ଲାଗି ହୋଇଛି ଅନ୍ମଭୋଗ । 

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.