thumbnail

ନବମୀ ଦିନ ଦଶମୀ ପୂଜା;ବିସର୍ଜନ ହେଲା ଅନେକ ମଣ୍ଡପ, ଜାଣନ୍ତୁ କାହିଁକି ?

By ETV Bharat Odisha Team

Published : 3 hours ago

କଟକ: ଆଜି ପବିତ୍ର ନବମୀ । ମାତ୍ର ଅନେକ ପୂଜା ମଣ୍ଡପରେ ମା'ଙ୍କର ବିସର୍ଜନ ପୂଜା କରାଯାଇଛି । କହିବାକୁ ଗଲେ ନବମୀ ଦିନ ଦଶମୀ ପୂଜା କରି ମା'ଙ୍କର ବିସର୍ଜନ ପୂଜା କରାଯାଇଛି । କଟକ ସହରର ସମସ୍ତ ମଣ୍ଡପ ନୁହେଁ ବରଂ କିଛି ମଣ୍ଡପରେ ଏହି ଭଳି ବିସର୍ଜନ ପୂଜା କରାଯାଇଛି ।ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ମାତ୍ର ସତ୍ୟ କଥା । କାରଣ ଚଳିତବର୍ଷ ଏହି ପ୍ରଥା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ବିଶେଷକରି ଯେଉଁ ମଣ୍ଡପଗୁଡିକରେ ବଙ୍ଗୀୟ ମତ ଅନୁଯାୟୀ ପୂଜା କରାଯାଇଛି ସେହି ମଣ୍ଡପ ଗୁଡିକରେ ହିଁ ଆଜି ବିସର୍ଜନ ପୂଜା କରାଯାଇଛି । ଏହି କ୍ରମରେ ଫିରିଙ୍ଗି ବଜାର ପୂଜା ମଣ୍ଡପରେ ଆଜି ମାଙ୍କର ବିସର୍ଜନ ପୂଜା ଶେଷ କରାଯାଇଛି । ଆସନ୍ତା କାଲି ମା' ବିଶ୍ରାମ ନେବେ । ସୋମବାର ଦିନ ମା' ମେଲାଣି ନେବେ । ଯଦିଓ ଫିରିଙ୍ଗି ବଜାର ପୂଜା ମଣ୍ଡପ ସବୁଠାରୁ ଶେଷରେ ମେଲାଣି ନେଇଥାନ୍ତି କିନ୍ତୁ କାହିଁକି ! ତେବେ ଏନେଇ ଫିରିଙ୍ଗି ବଜାର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ଏହା ମଧ୍ୟ ପଢନ୍ତୁ ....ଓଡ଼ିଶାରେ ବଙ୍ଗୀୟ ପରମ୍ପରା, ମନସ୍କାମନା ପୂରଣ ପାଇଁ ଝୁଣା ଆଳତୀ

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.