ବାତ୍ୟା ‘ଦାନା’କୁ ନେଇ ବାତ୍ୟା ଆଶ୍ରିୟସ୍ଥଳୀରୁ ‘ଇଟିଭି ଭାରତ’ର ରଆଲିଟି ଚେକ୍ - MULTI PURPOSE CYCLONE SHELTERS
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/23-10-2024/640-480-22744221-thumbnail-16x9-od.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 23, 2024, 8:40 PM IST
ଯାଜପୁର: ମାଡି ଆସୁଛି ସାମୁଦ୍ରିକ ଝଡ ଦାନା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ଏହା ବିଶେଷ ପ୍ରଭାବ ପଡ଼ିବ । ଜିଲ୍ଲାର ତଳିଆ ଅଞ୍ଚଳଗୁଡିକରେ ପ୍ରବଳ ବର୍ଷା ପବନ ସହିତ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ଏହି ଖବର ବିଶେଷକରି ଫସଲ ପନିପରିବା ଚାଷକୁ କ୍ଷତି ପହଞ୍ଚାଇବାର ଭୟ ସୃଷ୍ଟି ହୋଇଛି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଜନପ୍ରତିନିଧିମାନେ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳି ଓ କଚ୍ଚାଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ କୁହାଯାଇଛି l ଏଥିସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ବାତ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି ।
ସେପଟେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ି ଖୋଲିବା ସହିତ ସେଠାରେ ଖାଦ୍ୟପେୟ, ପାନୀୟ ଜଳ, ଔଷଧ ଓ ଛୋଟଛୋଟଙ୍କର ସମସ୍ତ ଖାଦ୍ୟ ପେୟର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ପି.ଅନ୍ଵେଷା ରେଡ଼ୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ କିପରି ବ୍ୟବସ୍ଥା କରାଯାଇଛି ସେନେଇ ଇଟିଭି ଭାରତ ଟିମ୍ ଯାଜପୁର ବ୍ଲକ ମାଳଆନ୍ଦପୁର ପଞ୍ଚାୟତ ବେଲାରପୁର ସ୍ଥିତ ବାତ୍ୟା ଆଶ୍ରୟସ୍ଥଳି ନିକଟରେ ପହଞ୍ଚି ରିୟାଲିଟି ଚେକିଂ କରିଛି । ତେବେ ବାତ୍ୟା ଆଶ୍ରୟସ୍ଥଳୀଟି ବୈତରଣୀ ନଦୀକୂଳରେ ଅବସ୍ଥାପିତ ରହିଛି । ବାତ୍ୟା ଫଳରେ ଏଠିକାର ଆଖପାଖ ଗାଁ ଗୁଡିକ ପ୍ରବାହିତ ହେବାର ସମ୍ଭାବନା ରହିଛି । ତେବେ ବାତ୍ୟାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବାବେଳେ ଏହି ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଛି । ତେବେ ବାତ୍ୟା ଆଶ୍ରୟସ୍ଥଳୀ ୨ରୁ ୩ଟି ପରିବାର ଆଶ୍ରୟ ନେଇଥିବା ବେଳେ କୌଣସି ସୁବିଧା ନଥିବା କହିଛନ୍ତି । ଏହାସହ ସରକାର ସମସ୍ତ ସୁବିଧା ଯୋଗେଇ ଦେବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ଯାଜପୁର