କଟକରେ ଜାଇକା ଯନ୍ତ୍ରଣା ! ଦବିଲା 25 ଫୁଟ ରାସ୍ତା - Cuttack ROAD SUPRESSED

By ETV Bharat Odisha Team

Published : Aug 3, 2024, 7:07 PM IST

thumbnail
Road Supressed (ETV Bharat Odisha)

Road Supressed: କଟକ: କଟକରେ ୨୫ ଫୁଟ ଚଉଡାର ରାସ୍ତା ଦବିଲା । ଜାଇକାର ମନମୁଖି କାମ ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଛି ।  

କେମିତି ଦବିଲା ରାସ୍ତା ?

କଟକ ନୂଆପଡ଼ା ଛକରେ ଜାଇକା ଦ୍ବାରା ନିର୍ମାଣ ସିଓ୍ବେରେଜ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ପାଣି ପାଇପ୍ ଫାଟିଯାଇଛି । ଫଳରେ ପ୍ରେସ ଛକ ଓ ନୂଆବଜାର ମୁଖ୍ୟ ରାସ୍ତାର ମଣିରାଜ ବିସ୍କୁଟ ଫ୍ୟାକ୍ଟ୍ରି ନିକଟରେ ପ୍ରାୟ ୨୫ ଫୁଟ ଓସାରର ରାସ୍ତା ଦବିଯାଇଛି । ରାସ୍ତା ଦବି ବିରାଟ ଗର୍ତ୍ତ ସୃଷ୍ଟି ହେବାରୁ ସମ୍ପୃକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । 

ସ୍ଥିତି ଅନୁଧ୍ୟାନ କଲେ ମେୟର: 

ମେୟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଦୁଇ ଦିନ ଭିତରେ ମରାମତି କରି ସମ୍ପୃକ୍ତ ରାସ୍ତାରେ ଗମନାଗମନ ସ୍ବାଭାବିକ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

ଏହା ବି ପଢନ୍ତୁ...ଜାଇକା ଖାଉଛି କଟକ ରାସ୍ତା, ଦୋଷ ଲଦିଲାଣି CMC

କ'ଣ ରହିଛି ଅଞ୍ଚଳବାସୀଙ୍କ ଅଭିଯୋଗ:

ଏହି ରାସ୍ତା ଉପରେ ଜାଇକା ଭୂତଳ ସିଓ୍ବେରେଜ ଟାଙ୍କି ନିର୍ମାଣ କରିଥିଲା । ତେବେ ରାସ୍ତା ଖୋଳି ଟାଙ୍କି କରିବା ପରେ ସମ୍ପୃକ୍ତ ଯାଗାରେ ଯେଭଳି ବାଲି ପ୍ୟାକିଂ କରି ରାସ୍ତା ତିଆରି କରିବା କଥା, ତାହା ସଠିକ ଭାବେ କରିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଜାଇକା କାମ କରୁଥିବା ସମୟରେ କାମର ମାନ ସଠିକ୍ ଭାବେ ତଦାରଖ ହୋଇନଥିବାରୁ ସହରର ବିଭିନ୍ନ ଅଞ୍ଚଳରେ ଏହିଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ସେପଟେ ସ୍ୱରେଜ ଡିଭିଜନ ଜେନେରାଲ ମ୍ୟାନେଜର କହିଛନ୍ତି, ଆମେ ଅନୁଧ୍ୟାନ କରୁଛୁ । ମାଟି ନରମ ଥିବାରୁ ବର୍ଷା ପାଇଁ ଦବି ଯାଇଛି । ଆଗକୁ ଏଭଳି ସମସ୍ୟା କିପରି ନହେବ ଆମେ ସେ ଦିଗରେ ଦୃଷ୍ଟି ଦେବୁ।"

ଇଟିଭି ଭାରତ, କଟକ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.