ଛେଣ୍ଡିପଦାରେ କଂଗ୍ରେସ ପ୍ରାର୍ଥୀକୁ ନେଇ ବିବାଦ, ପ୍ରାର୍ଥୀ ବଦଳାଇବାକୁ କର୍ମୀଙ୍କ ଦାବି - CONFLICT IN ANGUL CONGRESS - CONFLICT IN ANGUL CONGRESS
🎬 Watch Now: Feature Video
Published : Apr 15, 2024, 9:29 PM IST
CONFLICT IN ANGUL CONGRESS: ଅନୁଗୋଳ: ଗତକାଲି କଂଗ୍ରେସ ନିଜର ୭୫ଟି ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି କ୍ରମରେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରୁ ଦଳ ନରୋତ୍ତମ ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଯାହାକୁ ନେଇ ଦେଖାଦେଇଛି ବିବାଦ । କଂଗ୍ରେସ କର୍ମୀମାନେ ଏହି ପ୍ରାର୍ଥୀତ୍ୱକୁ ନେଇ ଉଠାଇଛନ୍ତି ଆପତ୍ତି । ସେମାନେ କହିଛନ୍ତି ଯେ, ଛେଣ୍ଡିପଦାରେ କଂଗ୍ରେସ ସ୍ଥିତି ଦୁର୍ବଳ ଥିବା ବେଳେ ଗୋବିନ୍ଦ ନାଏକ ଏଠାରେ ସଂଗଠନକୁ ସୁଦୃଢ଼ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଗୋବିନ୍ଦ । ତାଙ୍କୁ ପ୍ରାର୍ଥୀ ପାଇଁ ଟିକେଟ ନ ଦେଇ ଅନ୍ୟ ଜଣେ ବ୍ୟକ୍ତିକୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ଦଳ ପାଇଁ ଘାତକ ହେବ ।
ଏହା ମଧ୍ୟ ପଢନ୍ତୁ... 75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ
ଯେଉଁ ନେତା ସବୁ କର୍ମୀଙ୍କୁ ଏକାଠି କରି PCCର ନିର୍ଦ୍ଦେଶ ମୁତାବକ ସଂଗଠନ କାର୍ଯ୍ୟ କରୁଥିଲେ ତାକୁ ପ୍ରାର୍ଥୀ କରାଯାଉ ନାହିଁ । ଯାହା ସେମାନଙ୍କୁ ବ୍ୟଥିତ କରିଛି । ଯଦି ରାଜ୍ୟ କଂଗ୍ରେସ ଏହି ନାଁ ପରିବର୍ତ୍ତନ ନ କରେ ତେବେ ସେମାନେ ଲିଖିତ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଜଣାଇବା ସହ ଜାତୀୟ ସ୍ତରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ସୂଚିତ କରିବେ ବୋଲି କହିଛନ୍ତି । ଏହା ସହ କଂଗ୍ରେସ ଭବନ ଘେରାଓ କରିବା ସହ କଂଗ୍ରେସ ଦଳକୁ ବର୍ଜନ କରି ସମୂହ ଇସ୍ତଫା ଦେବେ ବୋଲି କଂଗ୍ରେସ କର୍ମୀମାନେ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଅନୁଗୋଳ