ସମ୍ବଲପୁର ମୋଦି ଗସ୍ତ, ବିଜେଡି-ବିଜେପିର ହନିମୁନ: କଂଗ୍ରେସ ପ୍ରଭାରୀ

By ETV Bharat Odisha Team

Published : Feb 3, 2024, 10:47 PM IST

thumbnail

Congress Target BJP And BJD: କଟକ: ବିଜେଡ଼ି ବିଜେପି ମଧ୍ୟରେ ଚାଲିଛି ହନିମୁନ । ପୂର୍ବରୁ ବାହାଘର ସରିଥିଲା ଆଜି ହନିମୁନ ହୋଇଗଲା । ଆଜି ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯେଉଁ ପରି ଭାବରେ ବିଜେଡ଼ି ବିଜେପି ମଧ୍ୟରେ ଯେଉଁ ସମ୍ପର୍କ ଦୃଷ୍ଟି ଗୋଚର ହେଲା ତାହା ଏହା ହିଁ ସ୍ପଷ୍ଟ କରୁଛି । କୌଣସି ବିରୋଧ ସେଠାରେ ନଥିଲା । ତେବେ ଏହି ସମ୍ପର୍କ କ'ଣ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ଃ ଅଜୟ କୁମାର । 

ଅଜୟ କୁମାର କହିଛନ୍ତି ଯେ ବିରୋଧୀ ଦଳ ହିସାବରେ କଂଗ୍ରେସ ପୂର୍ବରୁ ଯେପରି ଥିଲା ଏବେବି ସେମିତି ରହିଛି । କିନ୍ତୁ ଲୋକ ଯେଉଁ ଭାବୁଥିଲେ ଯେ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ରୁହେ ତାହା ଆଜିର କାର୍ଯ୍ୟକ୍ରମରୁ ବାରି ହୋଇପଡୁଛି କିଏ ବିରୋଧୀ । ତେବେ ଆଗମୀ ନିର୍ବାଚନରେ କଂଗ୍ରେସ ନିଶ୍ଚୟ ଭଲ କରିବ । ଆଜି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଘରକୁ ଗସ୍ତ ସମୟରେ ଏପରି ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଭାରୀ ଅଜୟ କୁମାର ।

ଏହା ମଧ୍ୟ ପଢନ୍ତୁ....ସମ୍ବଲପୁରରେ ମୋଦିଙ୍କ ବିଶାଳ ସମାବେଶ, 18 ପ୍ରକଳ୍ପର ଉଦଘାଟନ ସହ କଳେ ଶିଳାନ୍ୟାସ


ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.