ନିଆଳିରେ କଂଗ୍ରେସ ପ୍ରାର୍ଥିନୀ ଗୀତାଞ୍ଜଳି ମଲ୍ଲିକଙ୍କ ରୋଡ ସୋ' - Niali Assembly Constituency
🎬 Watch Now: Feature Video
Congress Campaign In Niali: ନିଆଳି: ଆଗାମୀ ନିର୍ବାଚନ ପାଇଁ ହାତରେ ରହିଛି ଆଉ କମ୍ ଦିନ । ତେଣୁ ଲୋକଙ୍କ ନିକଟକୁ ନିଜର ପ୍ରସଙ୍ଗ ଓ ପ୍ରତିଶୃତି ପହଞ୍ଚାଇବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଆସନ୍ତା ଜୁନ 1 ତାରିଖରେ ନିଆଳି ବିଧାନସଭା ଆସନରେ ହେବ ଭୋଟ ଗ୍ରହଣ । ଏଥିପାଇଁ କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ବିଧାନସଭା ଆସନରେ କଂଗ୍ରେସ ଦଳ ଚଳଚଞ୍ଚଳ ହୋଇ ଉଠିଛି । ନିଆଳିରେ କଂଗ୍ରେସ ମହିଳା ପ୍ରାର୍ଥୀ କରି ନିର୍ବାଚନ ଗୋଟି ଚାଳନା କରିଛି ଦଳ । ବରିଷ୍ଠ କଂଗ୍ରେସ ନେତା ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପତ୍ନୀ ଗୀତାଞ୍ଜଳି ମଲ୍ଲିକ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ।
ଆଜି ୨୦ ନମ୍ବର ଜୋନରେ ଦଳବଳ ଧରି ବାଇକ ରାଲି ମାଧ୍ୟମରେ ବିଭିନ୍ନ ପଞ୍ଚାୟତରେ ଭୋଟରଙ୍କ ମନ ଜିଣିବା ପାଇଁ ଚେଷ୍ଟା କରିଛି କଂଗ୍ରେସ । କାଳିଆଘାଈଠାରୁ ବାଇକ ରାଲି ମାଧ୍ୟମରେ ଅଁଳୋ, ଅଲଣା, ବିଳାଶୁଣୀ, ବାହାରଣା ଓ ପୋଖରୀ ଗାଁ ପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କରିବା ସହିତ ୧୫ବର୍ଷ ଧରି ଶାସନରେ ଥିବା ବିଜେଡି ବିଧାୟକଙ୍କ ଅମଳରେ ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରିଛି ନିଆଳି କଂଗ୍ରେସ । ନିଆଳି ବ୍ଲକ ସଭାପତି ସୌଭାଗ୍ୟ ବସ୍ତିଆ କହିଛନ୍ତି ଯେ ନିଆଳି ବ୍ଳକର ପ୍ରତି ପଞ୍ଚାୟତରେ ପିସି କାରବାର ଚାଲିଛି ସାଧାରଣ ଲୋକେ ହଇରାଣ ହେଉଛନ୍ତି ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନାହିଁ ।
ଏହା ମଧ୍ୟ ପଢନ୍ତୁ...ଜଲ୍ଲାରପୁରରେ ବିଜେପିର ହାଇଭୋଲ୍ଟେଜ ପ୍ରଚାର, ଛବି ମଲ୍ଲିକଙ୍କ ପାଇଁ ମାଗିଲେ ଭୋଟ
ପ୍ରତି ପଞ୍ଚାୟତରେ ଦଣ୍ତିଆମାନେ ଅଛନ୍ତି ସେମାନଙ୍କର ଉନ୍ନତି ହୋଇଛି କିନ୍ତୁ ସାଧାରଣ ଲୋକଙ୍କ କୈାଣସି ଉନ୍ନତି ହୋଇନାହିଁ । ଏହି ସବୁ ବାର୍ତ୍ତା ନେଇ କଂଗ୍ରେସ ଭୋଟରଙ୍କ ନିକଟତର ହେଉଛି । ୨୦୨୪ ରେ ପରିବର୍ତ୍ତନ ହେବ କଂଗ୍ରେସ ଆସିବ । ପୂର୍ବରୁ ଜ୍ୟୋତି ରଞ୍ଜନ କଂଗ୍ରେସ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଭୋଟ ତାଲିକାରେ ନାଁ ନଥିବାରୁ ତାଙ୍କ ମାଆ ଗୀତାଞ୍ଜଳି ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ବର୍ତ୍ତମାନ ନିଆଳି ପ୍ରଚାର ମଙ୍ଗ ଧରିଛନ୍ତି କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ।
ଇଟିଭି ଭାରତ, ନିଆଳି