ଆମ୍ବ ଟାକୁଆ ମୃତ୍ୟୁ ପାଇଁ ଦାୟୀ କିଏ ? ସରକାର କାହିଁକି ଚୁପ ପଚାରିଲେ ଶ୍ରୀକାନ୍ତ ଜେନା - MANGO KERNEL DEATH INCIDENT
🎬 Watch Now: Feature Video
Published : Nov 14, 2024, 7:35 PM IST
ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ମଣ୍ଡିପଙ୍କା ଗାଁରେ ଦୁଇଜଣ ଆଦିବାସୀ ମହିଳା ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଘଟଣାରେ ଦାୟୀ କିଏ ? କାହିଁକି ଅକ୍ଟୋବର ମାସର ଚାଉଳ ଦିଆଯାଇ ନଥିଲା । କାହିଁକି ଆଦିବାସୀଙ୍କ ଜୀବନ ସହ ଖେଳିଲେ ସରକାର । ଏଭଳି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ସେ କହିଛନ୍ତି," ଆଦିବାସୀଙ୍କ ଜୀବନ ଗଲା ,ସେଥିପାଇଁ କିଏ ଦାୟୀରହିବ ?"
ଶ୍ରୀକାନ୍ତ ସିଧାସଳଖ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣି କହିଛନ୍ତି " ଅକ୍ଟୋବର ୩୧ ତାରିଖରେ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁର ଦୁଇ ଜଣ ଆଦିବାସୀ ମହିଳା ଖାଦ୍ୟ ନପାଇ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିଲେ । 6 ଜଣ ମହିଳା ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆମ୍ବ ଟାକୁଆ ଖାଇବାର ପୃଷ୍ଠ ଭୂମି ହେଲା ତାଙ୍କ ଘରେ ଖାଇବାକୁ କିଛି ନଥିଲା, ଚାଉଳ ନଥିଲା ।ଅକ୍ଟୋବର ମାସର ଖାଦ୍ୟ କୋଟା ତାଙ୍କୁ ଦିଆଯାଇ ନଥିଲା । କାହିଁକି ଅକ୍ଟୋବର ମାସର ଚାଉଳ ଦେବାରେ ବିଳମ୍ବ ହେଲା ,ସେଥିପାଇଁ ଦାୟୀ କିଏ ? କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ? ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଜଣେ ଅପରିପକ୍ଵ । ଅକ୍ଟୋବର ମାସରେ ଯଦି ଚାଉଳ ଦିଆଯାଇଥାନ୍ତା, ତାହେଲେ ଏଭଳି ଅବସ୍ଥା ହୋଇ ନଥାନ୍ତା ।"
ଏହା ମଧ୍ୟ ପଢନ୍ତୁ ...ଆମ୍ବ ଟାକୁଆ ଟ୍ରାଜେଡି; ଯୋଗାଣ ମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେଡି, ଜବାବ ରଖିଲା ବିଜେପି
ଇଟିଭି ଭାରତ, ଭୁବନେଶ୍ବର