ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ଖଣି ମନ୍ତ୍ରୀ, ଅଞ୍ଚଳର ବିକାଶ ପାଇଁ କହିଲେ ଏମିତି - Bibhuti Bhusan Jena Visits Gopalpur

By ETV Bharat Odisha Team

Published : Jun 29, 2024, 10:56 AM IST

thumbnail
Bibhuti Bhusan Jena Visits Gopalpur (ETV Bharat Odisha)

 Bibhuti Bhusan Jena Visits Gopalpur ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗସ୍ତରେ ରାଜ୍ୟ ଖଣି, ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗୋପାଳପୁର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବିଭୂତି ଭୂଷଣ ନୂତନ ମନ୍ତ୍ରୀମଣ୍ଡଳରେ ରାଜ୍ୟର ଖଣି ,ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ନିଜ ନିର୍ବାଚନ ମଣ୍ଡଳୀକୁ ତିନି ଦିନିଆ ଗସ୍ତରେ ଆସିଥିବା ବେଳେ ତାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଇଟିଭି ଭାରତ ପ୍ରତିନିଧି ତାଙ୍କ ସହ ଆଲୋଚନା କରିଛନ୍ତି  । ମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କର ଆର୍ଶୀବାଦରେ ସେ ବିଧାୟକ ଭାବରେ ବିଜୟୀ ହୋଇଛନ୍ତି । ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ନିର୍ବାଚନ ମଣ୍ଡଳୀବାସୀଙ୍କ ଅନେକ ଅପେକ୍ଷା ଏବଂ ବହୁ କାର୍ଯ୍ୟ ରହିଥିବା କହିବା ସହିତ ସାଧାରଣ ଜନତା ଯାହା ଖୋଜୁଥିଲେ ଆମର ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ନୂତନ ସରକାର ଲୋକଙ୍କ ସରକାର ହୋଇଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଜରୁରୀକାଳୀନ ପରିସ୍ଥିତିକୁ 50 ବର୍ଷ; ବ୍ରହ୍ମପୁର ବିଜେପି ପାଳିଲା କଳା ଦିବସ - BJP Observed Black Day

ବ୍ରହ୍ମପୁର ସହରର ନୂତନ ହଳଦିଆପଦର ବସଣ୍ଟାଣ୍ଡ ସମେତ ଛତ୍ରପୁର ଏବଂ ଗୋପାଳପୁର ବସଣ୍ଟାଣ୍ଡର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ନୂତନ ସରକାରଙ୍କ ପକ୍ଷରୁ ବିଚାରବିମର୍ଶ ଚାଲିଥିବା କହିବା ସହିତ ଗୋପାଳପୁର ବନ୍ଦର ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଦାୟିତ୍ୱରେ ରହିଥିବା ଅଧିକାରୀମାନେ ଚିନ୍ତାଶୀଳ ବୋଲି କହିଛନ୍ତି ମନ୍ତ୍ରୀ  ।

 ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.