thumbnail

By ETV Bharat Odisha Team

Published : Aug 28, 2024, 5:05 PM IST

ETV Bharat / Videos

Cobra Inside Sofa; ସୋଫା ଭିତରୁ ଶୁଭିଲା ସଂ ସଂ ଶଦ୍ଦ, ବାହାରିଲା 3 ଫୁଟିଆ ନାଗ ! - cobra found inside sofa

ଭୁବନେଶ୍ବର: ସାବଧାନ ! ସୋଫା ଓ ଅନ୍ୟାନ୍ୟ ଆସବାବପତ୍ରରେ ଲୁଚି ରହୁଛି ବିପଦ । ଟିକେ ଅସାବଧାନତାରୁ ଯାଇପାରେ ଜୀବନ । ଏଭଳି କିଛି ଚିତ୍ର ବରଗଡରେ ଦେଖିବାକୁ ମିଳିଛି । ଖାଦ୍ୟ ଅନୁସନ୍ଧାନରେ ଘରେ ପ୍ରବେଶ କରିଥିବା ନାଗ ସୋଫା ଭିତରେ ଲୁଚି ରହିଥିଲା । 3 ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରି ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ିଛି ସ୍ନେକ ହେଲ୍ପ ଲାଇନ ।

ବରଗଡ଼ ମ୍ୟୁନିସପାଲିଟିର 17 ନମ୍ବର ୱାର୍ଡ ଅନ୍ତର୍ଗତ ଅମ୍ବାପାଲି ଅଞ୍ଚଳରେ ସଞ୍ଜୀବ ସାହୁଙ୍କ ଘର । ଘରେ ଥିବା ସୋଫାରୁ ଗୋଟେ ଅଜବ ପ୍ରକାରର ଶଦ୍ଦ ଶୁଣିବା ପାଇଁ ପାଇଲେ ସଞ୍ଜୀବ । ଏପଟ ସେପଟ ଦେଖିଲେ ମଧ୍ୟ କିଛି ଜାଣି ପାରିଲେ ନାହିଁ । ପୁଣି ଭିତରୁ ସଂ ସଂ ଶଦ୍ଦ ଶୁଣି କିଛି ଜନ୍ତୁ ସୋଫା ଭିତରକୁ ପଶି ଯାଇଥିବା ସନ୍ଦେହ କଲେ । ଘଟଣାର ଅନୁସନ୍ଧାନ କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରମଣ କୁମାର ବାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସ୍ନେକ ହୁକ ବା ସାପଧରା ଷ୍ଟିକରେ ସୋଫାର ଅଲଗା ଅଲଗା ଯାଗାରେ ଖଡଖଡ କରିଥିଲେ । ସୋଫା ଭିତରୁ ସେଇ ଭଳି ଆୱାଜ ପୁଣି ଶୁଣା ଯାଇଥିଲା । ଏହା ନାଗ ସାପର ଫୁତ୍କାର ଶଦ୍ଦ ବୋଲି ରମଣ ଜାଣି ପାରିଥିଲେ ।

ଏହା ବି ଦେଖନ୍ତୁ- ଗ୍ୟାସ ଚୁଲା ତଳେ ଶୋଇଛନ୍ତି ୩ଟି ନାଗ ସାପ - Rescue of Cobra with Baby Cobra



ସୋଫାକୁ ଘର ବାହାରକୁ ଅଣା ଯାଇଥିଲା । ସାପର ଫୁତ୍କାର ବାରମ୍ବାର ଶୁଭୁଥିଲେ ମଧ୍ୟ ସାପ ଦେଖା ଦେଇ ନଥିଲା । ସୋଫାର ପଛ ପଟରେ କପଡ଼ା ସିଲେଇ ଅଂଶର ଗୋଟିଏ କୋଣରେ ମୂଷା କଣା କରିଥିବା ଜଣାପଡିଥିଲା । ମୂଷାଙ୍କୁ ଗୋଡେଇ ସାପ ସେଇ ବାଟ ଦେଇ ସୋଫା ଭିତରକୁ ପଶିଥିବା କଥା ରମଣ ଜାଣି ପାରିଥିଲେ । ସୋଫା ପଛ ପଟ କପଡ଼ା ଖୋଲିବା ପରେ 3 ଫୁଟ ଲମ୍ବର ନାଗ ସାପ ବାହାରିଥିଲା । ଯତ୍ନର ସହିତ ସ୍ନେକ ହୁକ ଦ୍ଵାରା ସୋଫା ଭିତରୁ ସାପକୁ ବାହାର କରାଯାଇଥିଲା । ସାପକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.