କଟକ ରେଷ୍ଟୁରାଣ୍ଟରେ ସିଏମସିର ରେଡ୍‌, ଜବତ ହେଲା ବାସିଖାଦ୍ୟ - ସିଏମସିର ରେଡ୍‌

🎬 Watch Now: Feature Video

By ETV Bharat Odisha Team

Published : Feb 20, 2024, 4:37 PM IST

CMC Raid in a Continental Restaurant in Cuttack: କଟକ: ରେଷ୍ଟୁରାଣ୍ଟ ଉପରେ ସିଏମସିର ଚଢ଼ାଉ। ଆଜି କଟକର ସିଡିଏ ସ୍ଥିତ ସାଇ କଣ୍ଟିନେଣ୍ଟାଲ ରେଷ୍ଟୁରାଣ୍ଟରେ ସିଏମସି ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ ଚଢ଼ାଉ କରାଯାଇଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ଅଭିଯୋଗରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଚଢ଼ାଉ ସମୟରେ ଅନେକ ବାସିଖାଦ୍ୟ ମଧ୍ୟ ଜବତ କରିଛି ସିଏମସି।

ଏହା ମଧ୍ୟ ପଢ଼ନ୍ତୁ...  ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକର ପ୍ରତିବାଦ: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବାସିଖାଦ୍ୟକୁ ନଷ୍ଟ କରିବା ସହିତ ସଂପୃକ୍ତ ରେଷ୍ଟୁରାଣ୍ଟ ଉପରେ ୩୦ ହଜାର ଟଙ୍କାର ଜରିମାନା କରିଛି ସିଏମସି । ଯଦି ଜବତ ହୋଇଥିବା ଖାଦ୍ୟ ଉପରେ ନଜର ପକାଇବା ସେଥିରେ ଚିକେନ, ମଟନ, ଚିଙ୍ଗୁଡ଼ି, ବିରିୟାନି, ମାଛ ଇତ୍ୟାଦି ରହିଛି । ତେବେ କଟକରେ ପୂର୍ବରୁ ଖାଦ୍ୟ ସୁରକ୍ଷା ଯାଞ୍ଚ ସମୟରେ ଅନେକ ହୋଟେଲରୁ ବାସିଖାଦ୍ୟ ଜବତ ହୋଇଥିଲା। ଏପରିକି ତଣ୍ଡ ଗଣିଥିଲେ ହୋଟେଲ ମାଲିକ। ତେବେ ବହୁ ଦିନ ବ୍ୟବଧାନ ପରେ କଟକର ସିଡିଏ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଯେଉଁମାନେ ଏହି ରେଷ୍ଟୁରାଣ୍ଟ ଖାଇବାକୁ ଆସୁଛନ୍ତି ସେମାନେ ମଧ୍ୟ ଏହି ଦିଗରେ ସଚେତନତା ଅବଲମ୍ବନ କରିବା ଆବଶ୍ୟକ ରହିଛି । ତେବେ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରି ହୋଟେଲ ଅଧିକାରୀ କହିଛନ୍ତି, ‘‘ଗତକାଲି ରାତିରେ ଏକ ଭୋଜିରୁ ଏହି ଖାଦ୍ୟ ବଳକା ରହିଥିଲା, କିନ୍ତୁ ଏହା ଗ୍ରାହକମାନଙ୍କୁ ଦିଆଯାଇ ନଥାନ୍ତା।’’ ତେବେ ଆଗମୀ ଦିନରେ ଏହିଭଳି ଢ଼ଙ୍ଗରେ ରେଡ ଜାରି ରହିବ ବୋଲି କହିଛନ୍ତି ଡେପୁଟି କମିଶନର ସିଏମସି ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.