ପୂର୍ବ ସରକାରକୁ ମୋହନଙ୍କ କଟାକ୍ଷ, ବିଜେଡି ବିଧାୟକଙ୍କ ଜବାବ 'ବୋନସ ମିଳିଛି' - INPUT SUBSIDY POLITICS
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/08-12-2024/640-480-23071503-thumbnail-16x9-asewr.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 8, 2024, 10:43 PM IST
ଭୁବନେଶ୍ବର: 'ବୋନସ' ପ୍ରସଙ୍ଗକୁ ନେଇ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାର୍ଗେଟ୍ ପରେ ମୁହଁ ଖୋଲିଲେ ବିଜେଡି ବିଧାୟକ । ପୂର୍ବ ସରକାରରେ 100 ଟଙ୍କା ବୋନସ ଦିଆଯାଇଥିବା ଦାବି କଲେ ନୂଆପଡା ବିଧାୟକ । ଆଗାମୀ ଦିନରେ ପଶ୍ଚିମ ଓଡି଼ଶାରେ ଚାଷୀ ଆନ୍ଦୋଳନ ଜୋର ହେବା ନେଇ ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ।
ରାଜେନ୍ଦ୍ର ଢୋଲକିଆ କହିଛନ୍ତି, "ପୂର୍ବ ସରକାର ସୋହେଲାରେ ଧାନର ବୋନସ 100 ଟଙ୍କା ଘୋଷଣା କରିଥିଲେ ତାହା ଚାଷୀଙ୍କୁ ଦିଆଯାଇଛି । ଯଦି ବିଜେପି ଦିଆଯାଇନାହିଁ କହୁଛି, ତାହାଲେ ତାଙ୍କ ସରକାର ଅଛି ତଦନ୍ତ କରନ୍ତୁ । ପଇସା ଦିଆସରିଛି । ରେକର୍ଡରେ ଅଛି। ମୁଁ ଦୃଢ଼ତାର ସହ ଏହା କହୁଛି । ବଡ଼ କଥା ହେଲା ମଣ୍ଡିରେ ଏବେ ଧାନ ଉଠି ପାରୁନାହିଁ । ଏକଥା ମୁଁ ସରକାରଙ୍କୁ ବାରମ୍ବାର କହିଛି, ଜିଲ୍ଲା ବୈଠକରେ କହିଛି, ମନ୍ତ୍ରୀଙ୍କୁ କହିଛି । ଧାନ କିଣିବାକୁ ସରକାର ଚେଷ୍ଟା କରୁ ନାହାନ୍ତି । ଟୋକନ ଆସୁନାହିଁ । ଅଧା ଚାଷୀଙ୍କ ଟୋକାନ କଟାଯାଇଛି । ସେମାନେ ନିର୍ବାଚନ ସମୟରେ ଘୋଷଣା କରିଥିଲେ ଧାନ ୩୧ଶହ ଟଙ୍କାରେ କିଣିବେ । ସେଥିପାଇଁ ଆଜି ୮୦୦ ଟଙ୍କା ବୋନସ ଦେଇ ପ୍ରହସନ କରିଛନ୍ତି । ଏଥିରେ ଚାଷୀମାନେ ଖୁସି ନାହାନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡି଼ଶାରେ ଚାଷୀ ଆନ୍ଦୋଳନ ନିଶ୍ଚିତ ହେବ।"
ଏହା ବି ପଢନ୍ତୁ...କଥା ଦେଇ କଥା ରଖିଲେ ମୋହନ ମାଝୀ ସରକାର, ଚାଷୀଙ୍କ ଖାତାକୁ ଗଲା 800 ଇନପୁଟ ସବସିଡି
ଆଜି ଚାଷୀଙ୍କୁ ଇନପୁଟ୍ ସହାୟତା ଅର୍ଥାତ୍ ୮୦୦ ଟଙ୍କାର ବୋନସ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋହେଲାରୁ ଶୁଭାରମ୍ଭ ପରେ ଆୟୋଜିତ ସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "100 ଟଙ୍କା ବୋନସ୍ ଦେବେ କହି ଚାଷୀଙ୍କୁ ଠକିଥିଲେ।"
ଇଟିଭି ଭାରତ,ଭୁବନେଶ୍ବର