ଧରମ ଶ୍ବଶୁର ଘରେ ଦହି ପଖାଳ ଓ ବଡ଼ିଚୁରା ଖାଇଲେ ମୁଖ୍ୟମନ୍ତ୍ରୀ - CM MOHAN EATS WATERED RICE
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 8, 2024, 5:16 PM IST
ରାଇରଙ୍ଗପୁର: ଧରମ ଶ୍ବଶୁର ଘରେ ଦହି ପଖାଳ ଓ ବଡ଼ିଚୁରା ଖାଇଲେ ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ । ବାଙ୍ଗିରିପୋଷି ଆସି ମଣଦା ସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଜଗନ୍ନାଥ ମନ୍ଦିରରେ ଦୀପ ଲଗାଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥିଲେ । ଏହାସହ ମନ୍ଦିରର ଆବଶ୍ୟକତା ବିଷୟରେ ମନ୍ଦିର ପୂଜକଙ୍କୁ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ନିଜ ସମ୍ମୁଖରେ ପାଇ ଖୁସି ବ୍ୟକ୍ତ କରିଛନ୍ତି ପୂଜକ ।
ଏହା ବି ପଢନ୍ତୁ...ଘାଣ୍ଟ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Chief Minister eats Ghant CURRY
ପୂଜା ସାରିବା ପରେ ଧରମ ଶଶୁର ଘରକୁ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା । ମୟୂରଭଞ୍ଜ ବାଙ୍ଗିରିପୋଷି ସ୍ଥିତ ଶଶୁର ଘରେ ନିଜ ସମ୍ପର୍କୀୟଙ୍କ ସହ ଭେଟ କରି ଦହି ପଖାଳ, ବଡ଼ିଚୁରା, ଘାଣ୍ଟ, ଖଟା, କଦଳୀ ଭଜା ଆଦି ବ୍ୟଞ୍ଜନ ଖାଇଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଜ୍ବାଇଁଙ୍କୁ ନିକଟରେ ପାଇ ଶଶୁର ଘର ଲୋକେ ଅନେକ ଖୁସି ଥିବା ପ୍ରକାଶ କରିଛନ୍ତି । କହିରଖୁଛୁ, ମଣଦା ଗ୍ରାମର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀଙ୍କୁ ଧରମ ଝିଅ କରିଥିବାରୁ ପୂର୍ବରୁ ତାଙ୍କ ପରିବାର ସହ ମୋହନଙ୍କ ପରିବାରର ବେଶ ଭଲ ସମ୍ପର୍କ ରହିଛି । ତେଣୁ ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଶେଷ ଦିବସ ଅବସରରେ ବାଙ୍ଗିରିପୋଷିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିଲା ପରେ ଶଶୁର ଘରକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ।
ଇଟିଭି ଭାରତ, ମୟୂରଭଞ୍ଜ