କାରକେଡ୍ ଅଟକାଇ ଅଟୋ ଚାଳକଙ୍କ ଅଭିଯୋଗ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ - Mohan Majhi Meet Auto Driver - MOHAN MAJHI MEET AUTO DRIVER
🎬 Watch Now: Feature Video
Published : Jun 12, 2024, 1:25 PM IST
ଭୁବନେଶ୍ୱର: ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ଓଡ଼ିଶାର ବୀରପୁତ୍ର ଓ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରୁଛନ୍ତି । ଏହି କ୍ରମରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବ୍ୟାସକବି ଫକୀର ମୋହନ ସେନାପତି ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଛନ୍ତି । ଏହାସହ ଲୋକଙ୍କ ସହ ମିଶିଛନ୍ତି ଆଉ ସେଲ୍ଫି ନେଇଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କର ସାଧାରଣ ଲୋକଙ୍କ ସହ ମିଶିବାର ଏହି ବ୍ୟକ୍ତିତ୍ୱକୁ ନେଇ ସାଧାରଣ ଜନତା ବେଶ ଖୁସି ହୋଇଛନ୍ତି ।
ସେ ପ୍ରଥମେ ଉତ୍କଳ କ୍ୟାମ୍ପସରେ ଛୋଟ ଶିଶୁ ଆଋଷିକୁ କୋଳେଇ ନେଇ ଆଦର କରିଥିବାବେଳେ ପରେ ଯାଉଥିବା ସମୟରେ କାରକେଡ ଅଟକାଇ ବାଣୀବିହାର ଅଟୋ ଷ୍ଟାଣ୍ଡର ଚାଳକଙ୍କ ଅଭିଯୋଗ ଶୁଣିଛନ୍ତି । ବାଣୀ ବିହାର ଅଟୋ ଷ୍ଟାଣ୍ଡରେ ଗାଡି ଅଟକାଇ ଅଭିଯୋଗ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଟୋ ଚାଳକଙ୍କ ସହ କଥା ହୋଇ ସମସ୍ୟା ବୁଝିଛନ୍ତି । ଏହି ସମୟରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ କାନ୍ଦି କାନ୍ଦି ନିଜ ଦୁଃଖ ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ସମାଧାନ ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ମହିଳାଙ୍କ ନମ୍ବର ଏବଂ ଠିକଣା ଲେଖି ନେଇଥିଲେ ନୂଆ ମୁଖ୍ୟମନ୍ତ୍ରୀ । ଶପଥ ପାଠ ପୂର୍ବରୁ ଭାବି ମୁଖ୍ୟମନ୍ତ୍ରୀଙ୍କ ଏମିତି ଅନ୍ଦାଜକୁ ନେଇ ସାଧାରଣ ଲୋକେ ଉତ୍ସାହିତ ହୋଇଥିବା ବେଳେ 24 ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ପାରୁନଥିଲୁ ଆଜି ମୁଖ୍ୟମନ୍ତ୍ରୀ ଆମ ପାଖକୁ ଆସିଥିବାରୁ ଆମେ ଖୁସି ଅଛୁ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଶପଥ ସମାରୋହ ପରେ ସଂଧ୍ୟାରେ ମୋହନ ସରକାରର ପ୍ରଥମ କ୍ୟାବିନେଟ, କେଉଁ ପ୍ରସ୍ତାବରେ ବାଜିବ ମୋହର !
ଭୁବନେଶ୍ୱର, ଇଟିଭି ଭାରତ