ହଠାତ ଫାଟିଲା ମୋବାଇଲ ଫୋନ, ଶିଶୁ ଆହତ - mobile phone explosion - MOBILE PHONE EXPLOSION
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/16-06-2024/640-480-21721868-thumbnail-16x9-ddd.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 16, 2024, 12:55 PM IST
କଟକ: ହାତରେ ମୋବାଇଲ ଫୋନ ଧରିଥିଲା ଶିଶୁ । ହଠାତ ଫୋନ ଫାଟିବାରୁ ଶିଶୁ ଆହତ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ମଙ୍ଗରାଜପୁର କୈବର୍ତ୍ତ ସାହିରେ । ଆହତ ଶିଶୁ ଜଣକ ହେଉଛନ୍ତି ବଳଭଦ୍ର ଦଳେଇଙ୍କର ୫ବର୍ଷୀୟ ପୁଅ ବୈଭବ ଦଳେଇ । ଶିଶୁଟି ମୋବାଇଲ ଦେଖୁଥିବା ବେଳେ କୌଣସି କାରଣରୁ ହଠାତ ମୋବାଇଲ ଫୋନ ଜୋରରେ ଶବ୍ଦ କରି ଫାଟିଯାଇଥିଲା । ଯାହା ଫଳରେ ଶିଶୁର ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ତାଙ୍କୁ ବଡମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଶିଶୁର ସ୍ବାସ୍ଥ୍ୟାବସ୍ଥା ସୁସ୍ଥ ରହିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ମୋବାଇଲଟି ଫାଟିଲା ତାହା ଜଣାପଡିନାହିଁ ।
ଏହା ମଧ୍ୟ ପଢନ୍ତୁ- ଲୁହରେ ଭିଜିଲା ବିବାହ ବାର୍ଷିକୀ ଖୁସି, ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ 5 ମୃତ
ଇଟିଭି ଭାରତ, କଟକ