ହାଇଦ୍ରାବାଦ: 8 ବର୍ଷ ପରେ ଆଇସିସି ଆୟୋଜନ କରିବାକୁ ଯାଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି । 19 ତାରିଖରୁ ପାକିସ୍ତାନରେ ଏହା ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ 8 ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା ।
୧୯୯୮ ମସିହାରେ ଆରମ୍ଭ ହୋଇଥିଲା :
ICC ଦିନିକିଆ ବିଶ୍ୱକପ୍ ସହିତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପ୍ରଥମେ 1998 ମସିହାରେ ହୋଇଥିଲା । କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ, ପ୍ରତି ଦୁଇ ବର୍ଷରେ ଥରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଆରମ୍ଭ ହେଲା । ଚାମ୍ପିଅନ୍ସ ଟ୍ରଫି ପ୍ରଥମ ଥର ପାଇଁ ବାଂଲାଦେଶରେ ଆୟୋଜିତ ହୋଇଥିଲା। ଏହି ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଦକ୍ଷିଣ ଆଫ୍ରିକା । ଯଦିଓ ଏହି ଟ୍ରଫିକୁ ପ୍ରାରମ୍ଭରେ ICC ନକ୍ ଆଉଟ୍ ଟ୍ରଫି କୁହାଯାଉଥିଲା, କିନ୍ତୁ 2002 ମସିହାରେ ଏହାକୁ ଚାମ୍ପିଅନ୍ସ ଟ୍ରଫି ଭାବରେ ନାମିତ କରାଯାଇଥିଲା । ସେହି ବର୍ଷ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଏହି ଟ୍ରଫି ଜିତିଥିଲେ।
8 ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଲା ଟୁର୍ଣ୍ଣାମେଣ୍ଟ:
ଆରମ୍ଭ ହେବା ପରଠାରୁ ଏହି ଟୁର୍ଣ୍ଣାମେଣ୍ଟ 2006 ପର୍ଯ୍ୟନ୍ତ ପ୍ରତି ଦୁଇ ବର୍ଷରେ ଥରେ ଖେଳାଯାଉଥିଲା। ଏହା ପରେ, ପ୍ରତି ତିନି କିମ୍ବା ଚାରି ବର୍ଷରେ ଥରେ ଆୟୋଜନ ହେବା ଆରମ୍ଭ ହେଲା। ଏହି ଟୁର୍ଣ୍ଣାମେଣ୍ଟରେ ଏହି ନିୟମ କରାଯାଇଥିଲା ଯେ ଦିନିକିଆ ବିଶ୍ବକପର ଶ୍ରେଷ୍ଠ ଦଳଗୁଡ଼ିକ ଏଥିରେ ଅଂଶଗ୍ରହଣ କରିବେ।
ICCକୁ ପଚରାଯାଇଥିଲା ଯେ ଦିନିକିଆ ବିଶ୍ୱକପ୍ ପରେ ସମାନ ଫର୍ମାଟରେ ଆଉ ଏକ ଟୁର୍ଣ୍ଣାମେଣ୍ଟ କାହିଁକି ଆୟୋଜନ କରାଯିବା ଉଚିତ ବୋଲି ପ୍ରଶ୍ନ କରାଯାଇଥିଲା । ଯାହା ଫଳରେ 2017 ପରେ ଚାମ୍ପିଅନ୍ସ ଟ୍ରଫିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ବ୍ୟତୀତ, 2017 ପରେ କୋଭିଡ୍ ଯୋଗୁଁ, ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିନଥିଲା । କାରଣ ICC କହିଛି ଯେ ଗୋଟିଏ ବର୍ଷରେ କେବଳ ଗୋଟିଏ ICC ଇଭେଣ୍ଟ ଆୟୋଜନ କରାଯିବ ।
ଧିରେ ଧିରେ ଦିନିକିଆ ମ୍ୟାଚ୍ର ଲୋକପ୍ରିୟତା ହ୍ରାସ ପାଉଥିବା ଅନୁଭବ କରାଯିବା ପରେ , ICC ସୀମିତ ଓଭର କ୍ରିକେଟ୍କୁ ଲୋକପ୍ରିୟ କରିବା ପାଇଁ ଚାମ୍ପିଅନ୍ସ ଟ୍ରଫିକୁ ପୁନଃଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । 2020ରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ କୋଭିଡ୍ ଯୋଗୁଁ ଏହାକୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ପରେ 2021-22ରେ ଟି-20 ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା, 2023ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଏବଂ ଦିନିକିଆ ବିଶ୍ୱକପ୍ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହୋଇପାରିନଥିଲା ।