ନୂଆଦିଲ୍ଲୀ: ଆଇପିଏଲ 2025 ର କାର୍ଯ୍ୟସୂଚୀ ଘୋଷଣା ହୋଇଛି । ବିସିସିଆଇ ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2025)ର 18 ତମ ସଂସ୍କରଣର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି । 16 ଫେବୃଆରୀ ସନ୍ଧ୍ୟାରେ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଇପିଏଲ ମାର୍ଚ୍ଚ 22ରୁ ଆରମ୍ଭ ହେବ । ତେବେ IPL 2025 ର କାର୍ଯ୍ୟସୂଚୀ ସହିତ ଜଡିତ ପ୍ରତ୍ୟେକ ସୂଚନା ବିଷୟରେ ଆସନ୍ତୁ ଜାଣିବା...
BCCI announces the schedule for Indian Premier League (IPL) 2025. The 18th edition of the tournament will commence on March 22, 2025 and the Final will be played on May 25, 2025. pic.twitter.com/NiDejb28Q5
— ANI (@ANI) February 16, 2025
IPL 2025 କାର୍ଯ୍ୟସୂଚୀ-
ମାର୍ଚ୍ଚ 22 ରୁ IPL 2025 ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ ମେ' 25ରେ ଖେଳାଯିବ । ଏହି ସିଜିନର ଉଦଘାଟନୀ ମ୍ୟାଚ୍ ଆଇପିଏଲ୍ 2024 ର ବିଜେତା ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଟୁର୍ନାମେଣ୍ଟରେ 13 ଟି ସ୍ଥାନରେ 10 ଟି ଦଳ ମଧ୍ୟରେ ମୋଟ 74 ଟି ମ୍ୟାଚ୍ ଖେଳିବାକୁ ଯାଉଛି ।
🚨 HERE IS THE FULL SCHEDULE FOR IPL 2025 🚨 pic.twitter.com/sTjhkz5TiR
— Johns. (@CricCrazyJohns) February 16, 2025
ଆଇପିଏଲ୍ 2025ରେ ଅପରାହ୍ନ ମ୍ୟାଚ୍ ଅପରାହ୍ନ 3 ଟାରୁ ଏବଂ ସନ୍ଧ୍ୟା ମ୍ୟାଚ୍ ସନ୍ଧ୍ୟା 7 ଟାରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟରେ 13 ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ । ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ଗୌହାଟୀ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍ସର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ଧର୍ମଶାଳା ହେବ ।
ଆଇପିଏଲ୍ 2025 ନକଆଉଟ୍ ମ୍ୟାଚ୍ ସୂଚୀ-
- May 20 - କ୍ୱାଲିଫାଏର 1
- May 21 - ଏଲିମିନେଟର
- May 23 - କ୍ୱାଲିଫାଏର 2
- May 25 - ଫାଇନାଲ
ତେବେ ପ୍ରଥମ କ୍ୱାଲିଫାଏର ଏବଂ ଏଲିମିନେଟର ହାଇଦ୍ରାବାଦରେ ଖେଳାଯିବାକୁ ଥିବା ବେଳେ କ୍ୱାଲିଫାଏର 2 ଏବଂ ଫାଇନାଲ ମ୍ୟାଚ କୋଲକାତାରେ ଖେଳାଯିବ ।
The Paltan is geared up for an unforgettable season! 🏆💙 Don’t miss a beat – check out the #TATAIPL #IPLSchedule and get ready for the excitement
— Star Sports (@StarSportsIndia) February 16, 2025
Watch TATA IPL Schedule announcement LIVE NOW on JioHotstar, Star Sports 1 & Star Sport 1 Hindi
📺📱 Start Watching FREE on… pic.twitter.com/lIROMLYIBY
ଆଇପିଏଲ ମେଗା ନିଲାମ 2025ରେ ଶ୍ରେୟସ୍ ଆୟର (26.75 କୋଟି ଟଙ୍କା) ଏବଂ ଭେଙ୍କଟେଶ ଆୟର୍ (23.75 କୋଟି ଟଙ୍କା)ରେ ବିକ୍ରି ହୋଇଛନ୍ତି । ଶ୍ରେୟସ୍ ଆୟରଙ୍କୁ ପଞ୍ଜାବ ଟିମ୍ କିଣିଥିବା ବେଳେ ଭେଙ୍କଟେଶଙ୍କୁ କୋଲକାତା କିଣିଛି ।
ଆଇପିଏଲ୍ 2025 ରେ, 65 ଦିନରେ 74 ଟି ମ୍ୟାଚ୍ ଖେଳାଯିବ, ସେଥିମଧ୍ୟରୁ 12 ଟି ଡବଲ୍ ହେଡର୍ ରହିବ । ସିଙ୍ଗଲ୍ ଡେରେ 62 ଟି ମ୍ୟାଚ୍ ଖେଳାଯିବ । ମାର୍ଚ୍ଚ 23 ରବିବାର ଦିନ ଏକ ଡବଲ୍ ହେଡର୍ ହେବ । ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ ଏବଂ ପରେ ପାଞ୍ଚ ଥର ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଭୋଲଟେଜ ଟକ୍କର ହେବ ।
ଗ୍ରୁପ- ଏ
- କେକେଆର
- ଆରସିବି
- ରାଜସ୍ଥାନ ରୟାଲ୍ସ
- ପଞ୍ଜାବ କିଙ୍ଗ୍ସ
- ସିଏସକେ
ଗ୍ରୁପ-ବି
- ଗୁଜୁରାଟ ଟାଇଟନ୍ସ
- ଏସଆରଏଚ୍
- ମୁମ୍ବାଇ ଇଣ୍ଡିଆନ୍ସ
- ଦିଲ୍ଲୀ କ୍ୟାପିଟାଲ୍ସ
- ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ