thumbnail

By ETV Bharat Odisha Team

Published : May 13, 2024, 6:58 AM IST

ETV Bharat / Videos

ମା' ଶାରଳାଙ୍କ ପୀଠରେ କୈବର୍ତ୍ତ ସମ୍ପ୍ରଦାୟର ଚଇତି ଘୋଡା ଶୋଭାଯାତ୍ରା - Chaiti Ghoda

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା । ଏହି ଅବସରରେ କୈବର୍ତ୍ତ ସମ୍ପ୍ରଦାୟର ଚଇତି ଘୋଡା ପୂଜା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ରାଜ୍ୟର କୋଣ ଅନୁକୋଣରୁ ସମସ୍ତ କୈବର୍ତ୍ତ ସମ୍ପ୍ରଦାୟର ଲୋକେ ମା' ଶାରଳାଙ୍କ ପୀଠରେ ଏକାଠି ହେବା ସହିତ ନିଜର ଇଷ୍ଟଦେବୀ ମା' ବାସୁଳେଇ (ବାସେଳି)ଙ୍କୁ ପୂଜାର୍ଚ୍ଚନା କରିଥିଲେ । ରାଜ୍ୟରେ କୈବର୍ତ୍ତ ସମ୍ପ୍ରଦାୟର ଲୋକେ ନିଜ କୌଳିକ ବୃତ୍ତି ମାଛ ଧରିବା ପାଇଁ ବାହାରିବା ସମୟରେ ନିଜର ଇଷ୍ଟଦେବୀ ବାସୁଳେଇଙ୍କୁ ପୂଜା କରିବା ପରେ ଡଙ୍ଗା ସମୁଦ୍ର ଭିତରକୁ ନେଇଥାନ୍ତି । ପ୍ରତ୍ୟେକ ବର୍ଷ ଚୈତ୍ର ପୂର୍ଣ୍ଣିମା ଦିନଠାରୁ 15 ଦିନ ପର୍ଯ୍ୟନ୍ତ ପ୍ରତେକ କୈବର୍ତ୍ତଙ୍କ ଘରେ ବାସୁଳେଇ ପୂଜାର୍ଚ୍ଚନା କରାଯାଇଥାଏ । କାଠରେ ନିର୍ମିତ ଏକ ଘୋଟକ ବା ଘୋଡା ଆକୃତିର ପ୍ରତିମା ହେଉଛନ୍ତି କୈବର୍ତ୍ତ ସମ୍ପ୍ରଦାୟର ଇଷ୍ଟଦେବୀ । ତାଙ୍କୁ ଦେବୀ ଭାବରେ ସମସ୍ତ କୈବର୍ତ୍ତ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ଚୈତ୍ର ପୂର୍ଣ୍ଣମୀ ଠାରୁ ବୈଶାଖ ମାସର ସଂକ୍ରାନ୍ତି ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ।

ସବୁ ବର୍ଷ ପରି ଚଳିତ ବର୍ଷ ମା' ଶାରଳାଙ୍କ ପୀଠରେ ନିଜ ଇଷ୍ଟଦେବୀ ବାସୁଳେଇଙ୍କୁ ନେଇ ଏକତ୍ରିତ ହୋଇଥିଲେ କୈବର୍ତ୍ତ ସମ୍ପ୍ରଦାୟର ଲୋକ । ସେଠାରେ ପୂଜାର୍ଚ୍ଚନା କରାଯିବା ପରେ କୈବର୍ତ୍ତ ସମ୍ପ୍ରଦାୟର ଲୋକେ ବାସୁଳିଙ୍କୁ ମା'ଙ୍କ ଅଜ୍ଞାମାଳ ପ୍ରଦାନ କରିଥିଲେ । ପରେ କଳା ଓ ସଂସ୍କୃତିର ପ୍ରତୀକ ଘୋଡାନାଚ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଶାରଳାଙ୍କ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା । ଓଡିଶାର କଳା ସଂସ୍କୃତି ଓ ପରମ୍ପରାର ପ୍ରତୀକ ହେଉଛି ଘୋଡାନାଚ । କୈବର୍ତ୍ତ ସମ୍ପ୍ରଦାୟର କଳାକାରମାନେ ଗାଁ ଗାଁରେ ଏହି ଲୋକକଳା ମାଧ୍ୟମରେ ଆଧ୍ୟାତ୍ମିକତା ପ୍ରଚାର ପ୍ରସାର କରିବା ସହ ନୀତିଶିକ୍ଷା ଓ ସଚେତନତା ସୃଷ୍ଟି କରନ୍ତି । ଗାଁ ଗହଳିରେ ମଧ୍ୟ ଘୋଡାନାଚ ଗୀତ ବେଶ ଲୋକାଦ୍ରୁତ ।

ଏହା ମଧ୍ୟ ପଢ଼ନ୍ତୁ...ଖୋଲିଲା ବଦ୍ରିନାଥ ମନ୍ଦିର କବାଟ, 6 ମାସ ଯାଏଁ ଦର୍ଶନ କରିପାରିବେ ଭକ୍ତ - BADRINATH
ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.