ଜାମନଗରରେ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଆମୀର-ଦୀପିକାଙ୍କ ସମେତ ଏହି ତାରକା ହେଲେ ସାମିଲ

By ETV Bharat Odisha Team

Published : Mar 1, 2024, 5:40 PM IST

thumbnail

Anant-Radhikas Pre Wedding: ଜାମନଗର: ଗୁଜୁରାଟର ଜାମନଗରରେ ସେଲିବ୍ରିଟିଙ୍କ ମେଳି ।  ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ରେ ଯୋଗ ଦେବାକୁ ଏଠାରେ ପହଞ୍ଚିଛନ୍ତି ବି-ଟାଉନର ତମାମ ସେଲିବ୍ରିଟି । ତାରକାଙ୍କ ଟାରୁ ଆରମ୍ଭ କରି ବଲିଉଡର ଲୋକପ୍ରିୟ ଗାୟକ ଏବଂ ନିର୍ମାତା ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇଛନ୍ତି । ବଲିଉଡ ଅଭିନେତା ଆମୀର ଖାନ, ସପରିବାର ସହ ଶାହାରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ରଣଭୀର ସିଂ, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ରଣଭୀର କପୁର, ରାଣୀ ମୁଖାର୍ଜୀ, ବୋନି କପୁର, ସପରିବାର ସହ ଗାୟକ ଅନୁ ମଲ୍ଲିକ, ଅର୍ଜୁନ କପୁର ସମେତ ଅନେକ ବି-ଟାଉନର ସେଲିବ୍ରିଟି ଏହି ବିବାହ ଉତ୍ସବରେ ସାମିଲ ହେବାକୁ ଜାମନଗରରେ ସାମିଲ ହୋଇଛନ୍ତି । ଏଠାରେ ତାରକାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । 

ଏଥିସହ ସମସ୍ତେ କ୍ୟାମେରା ଆଗରେ ପୋଜ ଦେଇଥିବା ବେଳେ ବର୍ତ୍ତମାନ ଏହି ସମାରୋହର ସମସ୍ତ ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେଉଛି । ସୂଚନା ଥାଉ କି, ଆଜି ଠାରୁ ମାର୍ଚ୍ଚ ୩ ଯାଏଁ ଅନନ୍ତ ଏବଂ ରାଧିକାଙ୍କ ବିବାହ ଉତ୍ସବ ଜାରି ରହିବ । ଏହା ପୂର୍ବରୁ ଅନ୍ନ ସେବା ସହ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅମ୍ୱାନି ପରିବାର ଜାମନଗର ଏବଂ ଆଖ ପାଖ ଗାଁର ପ୍ରାୟ ୫୧ହଜାର ଲୋକଙ୍କୁ ଭୋଜନ କରାଯାଇଥିଲେ । 

ଏହା ମଧ୍ୟ ପଢନ୍ତୁ: ପୁଅ ଅନନ୍ତଙ୍କ ବିବାହରେ ଏହା କରିବାକୁ ଇଚ୍ଛା ପ୍ରକାଶ କଲେ ନୀତା ଅମ୍ବାନି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.