ETV Bharat / technology

ସାଇବର ଠକେଇରୁ ବଞ୍ଚିବା ପାଇଁ ସ୍ମାର୍ଟଫୋନରେ କରନ୍ତୁ ଏହି ସେଟିଂ; ହ୍ୟାକର୍ସ ହୋଇଯିବେ ତାଜୁବ - How to stay safe from cyber attack

author img

By ETV Bharat Odisha Team

Published : Sep 17, 2024, 9:16 AM IST

Cybersecurity Tips: ଆଜିକାଲି ବଢିବାରେ ଲାଗି ସାଇବର ଅପରାଧ । ସାଇବର ଠକ ଟଙ୍କା ଲୁଟିବା ଲାଗି ନାନା ପ୍ରକାର ଉପାୟ ଆପଣାଉଛନ୍ତି । ଯଦି ଆପଣ ସାଇବର ଠକେଇରୁ ବର୍ତ୍ତିବା ପାଇଁ ଚାହୁଁଛନ୍ତି, ତେବେ ନିଜ ମୋବାଇଲରେ ଏହି ସେଟିଂ କରନ୍ତୁ । ଖୋଦ ହ୍ୟାକର୍ସ ବି ହୋଇଯିବେ ଅବାକ୍‌ । ଅଧିକ ପଢନ୍ତୁ

Cybersecurity Tips
Cybersecurity Tips (ETV Bharat Tech Team)

ହାଇଦ୍ରାବାଦ: ସ୍ମାର୍ଟଫୋନ ଏପରି ଏକ ଡିଭାଇସ ଯେଉଁଥିରେ ୟୁଜର୍‌ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ଫଟୋ ଆଦି ସାଇତି ରଖିଥାନ୍ତି । ଏପରିକି ବ୍ୟାଙ୍କିଙ୍ଗ ଡିଟେଲ୍ସ ମଧ୍ୟ ଏଥିରେ ରହିଥାଏ । ଏପରି କ୍ଷେତ୍ରରେ ଯଦି ଆପଣଙ୍କ ମୋବାଇଲ ଫୋନ ହ୍ୟାକ୍‌ ହୋଇଯାଉଛି, ତେବେ ଆପଣ ସମସ୍ୟାରେ ପଡ଼ିଯିବେ । ଆପଣଙ୍କ ଟଙ୍କା ବି ଗାଏବ ହୋଇପାରେ । ଖାଲି ସେତିକି ନୁହେଁ ଠକମାନେ ଆପଣଙ୍କୁ କଲ୍‌ କରି ବ୍ଲାକମେଲ୍‌ କରିପାରନ୍ତି । ଏପରି ବିପଦରୁ ବର୍ତ୍ତିବାକୁ ହେଲେ ଆପଣ ନିଜ ଫୋନରେ କିଛି ସେଟିଂ କରନ୍ତୁ । ଯାହାଦ୍ବାରା ଆପଣ ଓ ଆପଣଙ୍କ ତଥ୍ୟ ସୁରକ୍ଷିତ ରହିପାରିବ ।

ନିମ୍ନଲିଖିତ ଟିପ୍ସକୁ ଅନୁସରଣ କରନ୍ତୁ:-

ଅପରେଟିଂ ସିଷ୍ଟମକୁ ଅପଡେଟ ରଖନ୍ତୁ:- ସର୍ବଦା ଆପଣଙ୍କ ସ୍ମାର୍ଟଫୋନରେ ଲାଟେଷ୍ଟ ଅପରେଟିଂ ସିଷ୍ଟମ୍ (ଯେପରିକି ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ) ବ୍ୟବହାର କରନ୍ତୁ । ଅପଡେଟ୍ସ ଗୁଡିକରେ ସୁରକ୍ଷା ଅପଡେଟ୍ ଅନ୍ତର୍ଭୂକ୍ତ ହୁଏ ଯାହା ଆପଣଙ୍କର ସ୍ମାର୍ଟଫୋନକୁ ହ୍ୟାକର୍ସମାନଙ୍କ ଠାରୁ ରକ୍ଷା କରିଥାଏ ।

Also Read: ଆପଣ ମଧ୍ୟ ପୁଞ୍ଜି ନିବେଶ କରୁଛନ୍ତି କି? ଏଭଳି କଲେ ହେବେନି ଠକେଇର ଶିକାର

ମଜଭୁତ ପାସୱର୍ଡର ଉପଯୋଗ କରନ୍ତୁ:- ନିଜ ଫୋନ, ଇ-ମେଲ ଓ ଆପ୍ସ ଲାଗି ମଜଭୁତ ପାସୱର୍ଡ ବ୍ୟବହାର କରନ୍ତୁ । ପାସୱର୍ଡରେ ଅକ୍ଷର, ସଂଖ୍ୟା ଓ ସ୍ପେଶାଲ କ୍ୟାରେକ୍ଟରକୁ ସାମିଲ କରନ୍ତୁ । ଏହାସହିତ ଅଲଗା ଅଲଗା ଆପ୍‌ ଲାଗି ଅଲଗା ପାସୱାର୍ଡର ବ୍ୟବହାର କରନ୍ତୁ ।

ଟୁ-ଫ୍ୟାକ୍ଟର ଅନ୍ଥେଟିକେସନ ବ୍ୟବହାର କରନ୍ତୁ:- ଏହା ଏକ ଅତିରିକ୍ତ ସୁରକ୍ଷା ସ୍ତର ଯାହା ଆପଣଙ୍କ ଆକାଉଣ୍ଟକୁ ହ୍ୟାକ୍ ହେବାରୁ ରକ୍ଷା କରିଥାଏ । ଏଥିରେ ଆପଣଙ୍କର ପାସୱାର୍ଡ ବ୍ୟତୀତ ଆପଣଙ୍କୁ ଏକ ଅତିରିକ୍ତ କୋଡ୍ ମଧ୍ୟ ଦେବାକୁ ପଡିବ ଯାହା ଆପଣଙ୍କର ସ୍ମାର୍ଟଫୋନକୁ ପଠାଯାଏ ।

Also Read: ଭୁବନେଶ୍ୱର IIT ଓ ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ: ପ୍ରସ୍ତୁତ କଲେ ଏମିତି ଆପ, ଯିଏ ଧରିବ ସାଇବର ଠକ

ଅଜଣା ସୋର୍ସରୁ ଆପ୍‌ ଡାଉନଲୋଡ କରନ୍ତୁ ନାହିଁ:- ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍‌ରୁ ସର୍ବଦା ଆପ୍ ଡାଉନଲୋଡ୍ କରନ୍ତୁ । ଅଜଣା ଉତ୍ସ କିମ୍ବା ଥାର୍ଡ ପାର୍ଟି ଆପ୍ ଷ୍ଟୋରରୁ ଆପ୍ ଡାଉନଲୋଡ୍ କରିବା ଆପଣଙ୍କ ସ୍ମାର୍ଟଫୋନରେ ମାଲୱେର୍ ଇନଷ୍ଟଲ କରିବାରେ ବିପଦ ସୃଷ୍ଟି କରେ ।

ପବ୍ଲିକ Wifi ପ୍ରତି ସାବଧାନ ! :- ପବ୍ଲିକ ୱାଇଫାଇ ନେଟୱର୍କରେ ସମ୍ବେଦନଶୀଳ ତଥ୍ୟ ଯେପରିକି ବ୍ୟାଙ୍କ ଡିଟେଲ୍ସ ଓ ପାସୱର୍ଡର ଆକ୍ସେସ କରନ୍ତୁ ନାହିଁ । ୟଦି ଆପଣ ପବ୍ଲିକ ୱାଇଫାଇ ବ୍ୟବହାର କରୁଛନ୍ତି ତେବେ VPN ବ୍ୟବହାର କରିବା ଉପରେ ବିଚାର କରନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.