କଳାହାଣ୍ଡିରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍, ଜାଲ ସାର୍ଟିଫିକେଟ ଘଟଣାର ତନାଘନା - cbi raids in kalahandi - CBI RAIDS IN KALAHANDI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 14, 2024, 10:35 AM IST

CBI RAIDS IN KALAHANDI: ଭବାନୀପାଟଣା: କଳାହାଣ୍ଡିରେ କେନ୍ଦ୍ରୀୟ ତଦନ୍ତକାରୀ ଟିମର ଚଢାଉ । ଡାକ ବିଭାଗରେ ଚାକିରି ପାଇଁ ଜାଲ୍ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସହ ଜାଲ୍ ସାର୍ଟଫିକେଟକୁ ନେଇ ଆଜି ରାଜ୍ୟରେ କେନ୍ଦ୍ରୀୟ ତଦନ୍ତକାରୀ ଟିମର ବଡ଼ ଧରଣର ଚଢାଉ । ରାଜ୍ୟର ୬୭ଟି ସ୍ଥାନରେ ସିଆଇର ଏକକାଳୀନ ଚଢାଉ ହୋଇଥିବା ସୂଚନା । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କେନ୍ଦ୍ର ତଦନ୍ତକାରୀ ଟିମର ୪ଟି ସ୍ଵତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରିଥିବା ସୂଚନା । 

ପ୍ରଥମେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକଘରେ ପଶିବା ସହ କାଗଜପତ୍ର ଯାଞ୍ଚ କରିବା ପରେ ନର୍ଲା ଚାରି ଛକରେ ଥିବା ଶ୍ରୀୟା କମ୍ପ୍ୟୁଟର ଦୋକାନରେ ଚଢାଉ କରିବା ପରେ ଦୋକାନ ମାଲିକ ସମ୍ବିଦ କୁମାର ସାମନ୍ତରାୟଙ୍କୁ ଦୀର୍ଘ ୬ଘଣ୍ଟା ଧରି ପଚରାଉଚରା କରିଥିଲେ । ସେପଟେ ଆଉ ଏକ ଟିମ୍ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ଜଣାପଡିଛି । ୬୩ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ଅଭିଯୋଗ ହୋଇଛି । 

ଏହା ମଧ୍ୟ ପଢନ୍ତୁ .....ରାଜ୍ୟରେ 67ଟି ଜାଗାରେ CBI ରେଡ୍‌, ଜାଲ ସାର୍ଟିଫିକେଟରେ ପୋଷ୍ଟାଲ ଚାକିରୀର ଅଭିଯୋଗ - CBI RAID IN ODISHA

ଡାଇରେକ୍ଟୋରେଟ ଅଫ୍ ପୋଷ୍ଟାଲ୍ ସର୍ଭିସ୍ ଭୁବନେଶ୍ଵରଙ୍କ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଉଛି । ୧୩୮୨ ପଦବୀ ପାଇଁ ୨୭ ଜାନୁଆରୀ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅନୁସନ୍ଧାନକାରୀ ସଂସ୍ଥାର ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଏହି ନକଲି ପ୍ରମାଣପତ୍ର ପ୍ରଦାନ ପାଇଁ ଦାୟୀ ଅନ୍ତଃରାଜ୍ୟ ସଂଗଠିତ ଗ୍ୟାଙ୍ଗକୁ ଖୋଜିବା ପାଇଁ ସର୍ଚ୍ଚ ଟିମ୍ ଉଦ୍ୟମ କରୁଛନ୍ତି ।
 

ଇଟିଭି ଭାରତ,କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.