କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ କଲା ଅନକାଡେଲି ବିଏସଏଫ - Landmines In Kadamguda

By ETV Bharat Odisha Team

Published : Jul 4, 2024, 10:03 PM IST

thumbnail
Landmines In Kadamguda (ETV Bharat Odisha)

କୋରାପୁଟ: କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ ହୋଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ କଦମଗୁଡା ଜଙ୍ଗଲରୁ ଏହି ଲ୍ୟାଣ୍ଡମାଇନ ଠାବ କରିଛି ଅନକାଡେଲି ସ୍ଥିତ ୬୫ବାଟାଲିଆନ ବିଏସଏଫ । ବୋମା ନିଷ୍କ୍ରିୟକାରୀ ଟିମ ଦ୍ୱାରା ୨ଟି ଲ୍ୟାଣ୍ଡ ମାଇନକୁ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ କରାଯାଇଛି । ସୂଚନା ଅନୁସାରେ, ବିଏସଏଫ ଯବାନମାନେ କଦମଗୁଡା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଲ୍ୟାଣ୍ଡ ମାଇନ ଠାବ କରାଯାଇଛି ।

ଏହା ବି ପଢନ୍ତୁ...ଭୂତ ଭୟରେ ଥରହର ଲାଲବାହିନୀ, ଘଟୁଛି ଅଲୌକିକ ଘଟଣା ! 

ଗତ ମାସ ୫ତାରିଖରେ ମଧ୍ୟ ବିଏସଏଫ ଯବାନ ଓ ଅନକାଡେଲିର ମିଳିତ ସର୍ଚ୍ଚ ଅପରେସନ ହୋଇଥିଲା । ଏହି ସମୟରେ ଅନ୍ଦ୍ରାହାଲ ଠାରେ ମଧ୍ୟ ପଥର କରଡ଼ରୁ ୨ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଥିଲା । ଏକ ବ୍ୟାନରକୁ ମଧ୍ୟ ବିଏସଏଫ ଯବାନ ଜବତ କରିଛନ୍ତି । ତେବେ ବ୍ୟାନର ତଳେ ସିପିଆଇ ମାଓବାଦୀ, ଗୁମା ଆଞ୍ଚଳିକ କମିଟି ବୋଲି ଉଲ୍ଲେଖ ରହିଛି ।


ଇଟିଭି ଭାରତ, କୋରାପୁଟ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.