କଳିଙ୍ଗ ବାଲିଯାତ୍ରା ଉଦଯାପିତ, ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ - SONU NIGHAM KALINGA BALI YATRA

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 22, 2024, 5:37 PM IST

ପାରାଦ୍ୱୀପ: ପାରାଦ୍ୱୀପ ଠାରେ ଅନୁଷ୍ଠିତ ହୋଇଥିବା କଳିଙ୍ଗ ବାଲିଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଆକର୍ଷଣ ସାଜିଥିଲେ ସୁନାମଧନ୍ୟ ବଲିଉଡ ଗାୟକ ପଦ୍ମଶ୍ରୀ ସୋନୁ ନିଗମ । ଏହି ସମୟରେ ସେ ନିଜର କଣ୍ଠର ଯାଦୁରେ ନିଜ ହିଟ୍ ଗୀତ ଗାଇଥିବା ବେଳେ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ଶ୍ରୀ ଜଗନ୍ନାଥଙ୍କ ଭଜନ ଏବଂ ତୋ ଆଖି ମୋ ଆଇନା ଭଳି ଓଡ଼ିଆ ଗୀତ ଗାଇ ଦର୍ଶକଙ୍କ ମନ ମୋହିଥିଲେ ସୋନୁ । 

ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ କଳିଙ୍ଗ ବାଲିଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟପାଳ କହିଥିଲେ ଯେ ଉତ୍କଳର ନୌ ବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ଏହା କେବଳ ଏକ ମହୋତ୍ସବ ନୁହେଁ ବରଂ ଓଡ଼ିଶାର ନୌ ବାଣିଜ୍ୟର ଇତିହାସକୁ ଦର୍ଶାଉଛି । ଏଥିପାଇଁ ଦିନେ ବଙ୍ଗୋପସାଗରକୁ କଳିଙ୍ଗ ସାଗର ଭାବେ ଅଭିହିତ କରାଯାଉଥିଲା । ଏହି ମହାନ ପରମ୍ପରାର ପୁନରୁଦ୍ଧାର ପାଇଁ ଜଗତସିଂହପୁରବାସି ସର୍ବଦା ତତ୍ପର ବୋଲି ରାଜ୍ୟପାଳ କହିଥିଲେ । 

ଏହା ମଧ୍ୟ ପଢନ୍ତୁ: ବାଲିଯାତ୍ରାରେ ସୋନୁ ନିଗମଙ୍କ ଧମାକା; ପୁଚୁକି ଗାଲି ଗୀତରେ ଝୁମିଲେ ଦର୍ଶକ

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ ସୋନାଲ ଖୋଲାଯାଇଥିବା ୧୦୦୦ରୁ ଊର୍ଦ୍ଧ୍ବ ଷ୍ଟଲରେ ଯଥେଷ୍ଟ କିଣାବିକା ହୋଇଛି ଯାହା ପ୍ରତ୍ୟକ୍ଷ ବା ପରୋକ୍ଷରେ ଜିଲ୍ଳାର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଅନେକଙ୍କୁ ଆତ୍ମନିର୍ଭର କରିପାରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ, ଯେପରି ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜୁରାଟ ପରି ୪ଟି ରାଜ୍ୟରୁ ଆସିଥିବା ୧୫୦ ସ୍ଵୟଂ ସହାୟକ ଗୋଷ୍ଠୀର ହସ୍ତଶିଳ୍ପ, ହସ୍ତତନ୍ତ ଗୁଡ଼ିକ ଆଦୃତ ହୋଇଛି । ଓରମାସ ପଲ୍ଲୀଶ୍ରୀ ମେଳାରେ ଗତ ବର୍ଷ ୧ କୋଟି ୫୧ ଲକ୍ଷ ବ୍ୟବସାୟ ହୋଇଥିବା ବେଳେ ଏବର୍ଷ ଏହା ୧ କୋଟି ୭୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ଜିଲ୍ଲାପାଳ କହିଥିଲେ । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.