ତାପଙ୍ଗରେ ଯୁବକ ନିଖୋଜ ଘଟଣା, ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର - BODY FOUND IN TAPANG

By ETV Bharat Odisha Team

Published : Jul 12, 2024, 9:15 PM IST

thumbnail
Dead body Found in Tapang (ETV Bharat Odisha)

Dead body Found in Tapang: ଖୋର୍ଦ୍ଧା: ଉଦ୍ଧାର ହେଲା ତାପଙ୍ଗରେ ନିଖୋଜ ଥିବା ଓମ ପ୍ରକାଶ ରଥଙ୍କ ମୃତଦେହ । ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ, ନାଭି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବଟର ଖୋଜାଖୋଜି କରିଥିଲେ ବି ସମସ୍ତ ଉଦ୍ୟମ ଫେଲ ମାରିଥିଲା । ଆଜି (ଶୁକ୍ରବାର) ସକାଳୁ ନିଖୋଜ ଓମ ପ୍ରକାଶ ରଥଙ୍କ ମୃତଦେହ ପାଣିରେ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଛି । ଗତ ସୋମବାରଠାରୁ ତାପଙ୍ଗ ନିକଟ ବଡ଼ସାଉଁଳି ଖଣିରେ ନିଖୋଜ ଥିଲେ ଓମ ପ୍ରକାଶ । ଗତକାଲି (ଗୁରୁବାର) ଘଟଣାସ୍ଥଳକୁ ଯାଇ ରାଜ୍ୟ ବାହାରର ଏକ୍ସପର୍ଟଙ୍କ ପରାମର୍ଶ ନେଇ ସ୍ୱତନ୍ତ୍ର ଟିମ ଆଣିବା ପାଇଁ କହିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା । 

ଏହା ବି ପଢନ୍ତୁ...କିମିଆ କରୁଛି ରିଲ୍ସ ନିଶା: ପାଣିରେ କରୁଥିଲେ ରିଲ୍ସ,ଆଉ ତା ପରେ... - Youth drowned while making reels

ପରିବାର ଲୋକ ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ସୋମବାର ଭୁବନେଶ୍ୱରରୁ ଏକ ଟାକ୍ସି ଯୋଗେ ୨ ଜଣ ଯୁବକ ଓ ଜଣେ ଯୁବତୀ ଖୋର୍ଦ୍ଧା ଆସିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଓମ ପ୍ରକାଶ ରଥଙ୍କୁ ନେଇ ସଦର ଥାନା ଅନ୍ତର୍ଗତ ତାପଙ୍ଗର ବଡ଼ସାଉଁଳି ଖଣିର ପାଣି ଭିତରେ ପଶି ରିଲ୍ସ କରୁଥିବାବେଳେ ଅସାବଧାନତା ବଶତଃ ଜଣଙ୍କର ଗୋଡ଼ ଖସି ଯାଇଥିଲା । ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଖୋର୍ଦ୍ଧାରୁ ଯାଇଥିବା ଯୁବକ ଓମ ପ୍ରକାଶ ରଥ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ପରେ ସେ ନିଖୋଜ ରହିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.