OTET ପରୀକ୍ଷା ବିବାଦ, ବୋର୍ଡ କାର୍ଯ୍ୟାଳୟ ଘେରିଲେ ଶତାଧିକ ପରିକ୍ଷାର୍ଥୀ - OTET EXAM DISPUTE - OTET EXAM DISPUTE
🎬 Watch Now: Feature Video
Published : Aug 28, 2024, 5:43 PM IST
କଟକ: ଓଟିଇଟି ପରୀକ୍ଷାରେ ପ୍ରସଙ୍ଗ । ଆନ୍ଦୋଳନକୁ ଓଲ୍ହାଇଲେ ଓଟିଇଟି ପରୀକ୍ଷାର୍ଥୀ । କଟକ ବୋର୍ଡ ଅଫିସରେ ଦେଲେ ଧାରଣା । ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡରେ ନିଜର ହକ ପାଇଁ ସ୍ୱର ଉଠାଇଛନ୍ତି ପରୀକ୍ଷାର୍ଥୀ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, "30 ଟି ଜିଲାରେ ୧୭ ତାରିଖ ଦିନ ଦେଢ଼ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ଦୁଇ ଘଣ୍ଟାର ରହିଥିଲା ପରୀକ୍ଷାର ସମୟ ସୀମା । କିନ୍ତୁ ଗୋଟିଏ ଘଂଟା ର ପରୀକ୍ଷା ପରେ ପ୍ରବଳ ଝଡ଼ ତୋଫାନ ପାଇଁ ପରୀକ୍ଷା ହଲରେ ପରୀକ୍ଷା ଦେବାରେ ଅସମର୍ଥ ହୋଇଥିଲେ ଛାତ୍ରଛାତ୍ରୀ ।"
ଏହା ବି ପଢନ୍ତୁ- ଅଗଷ୍ଟ 9ରେ ହେବନି OTET ପରୀକ୍ଷା, ଜାଣନ୍ତୁ କେବେ ହେବ
ବିଦ୍ୟୁତ କଟିବା ପରେ ଅନ୍ଧକାର ହୋଇଥିଲା ପରୀକ୍ଷା କେନ୍ଦ୍ର ଯାହା ଫଳରେ ପରୀକ୍ଷା ଦେବାରେ ଅସମର୍ଥ ହୋଇଥିଲେ ଛାତ୍ରଛାତ୍ରୀ । ତେଣୁ ଗ୍ରେସ ମାର୍କ ରଖିବା ପାଇଁ ଆଜି ଆନ୍ଦୋଳନ ରେ ଦାବି ରଖିଛନ୍ତି ସମସ୍ତ ଛାତ୍ରଛାତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲା ବେଳେ ଆଜି ବୋର୍ଡ ଅଫିସରେ ନିଜର ଦାବି ଉପସ୍ଥାପନା କରିଛନ୍ତି । ଆଗମୀ ଦିନରେ ଯଦି ଏହି ଦିଗରେ ବୋର୍ଡ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ପରୀକ୍ଷାର୍ଥୀ। ଅନ୍ୟପଟେ ଏହି ଘଟଣାକୁ ନେଇ ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।