ବିଜେପି ସାଂସଦ ପ୍ରାର୍ଥୀଙ୍କ ରାଲି ଅଟକାଇଲା ବିଜେପି ! - Baramba Assembly constituency

By ETV Bharat Odisha Team

Published : Apr 11, 2024, 3:28 PM IST

Updated : Apr 11, 2024, 4:14 PM IST

thumbnail

BJP INTERNAL CONFLICT: କଟକ: ନିର୍ବାଚନୀ ରଣାଙ୍ଗନରେ ବିଜେପିକୁ ବିରୋଧ କରିଛି ବିଜେପି । ପ୍ରଚାର ଶୋଭାଯାତ୍ରା ବେଳେ ପଦାରେ ପଡିଛି ଅନ୍ତଃକନ୍ଦଳ । ନେତା ଓ କର୍ମୀ ହୋଇଛନ୍ତି ସାମ୍ନା ସାମ୍ନି । କଟକ ଜିଲା ବଡମ୍ବା ନିର୍ବାଚନ ମଣ୍ଡଳୀର ମାଣିଆବନ୍ଧ ସ୍ଥିତ ଧୋବଣୀ ନାଳ ନିକଟରେ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୁହରି ମହତାବଙ୍କୁ ଅଟକାଇଲେ ବିଜେପି କର୍ମୀ । ସ୍ଥାନୀୟ ବିଜେପି ନେତା ବିଜୟ ଦଳବେହେରାଙ୍କ ବଦଳରେ ସମ୍ବିତ ତ୍ରିପାଠୀଙ୍କୁ ଟିକେଟ ଦିଆଯାଇଥିବାରୁ ଏହାକୁ ବିଜୟଙ୍କ ସମର୍ଥକମାନେ ବିରୋଧ କରିଥିଲେ । ଫଳସ୍ବରୂପ ସମ୍ବିତଙ୍କ ସହ ଶୋଭାଯାତ୍ରା କରୁଥିବା ଭତ୍ତୃହରିଙ୍କୁ ମଧ୍ୟ ଅଟକାଇଥିଲେ ବିଜେପି ସମର୍ଥକ । ଏହି ଅବସରରେ ସମ୍ବିତ ଓ ବିଜୟଙ୍କ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ... ଆଜି ଆସିପାରେ ବିଜେପିର ଦ୍ବିତୀୟ ପ୍ରାର୍ଥୀ ତାଲିକା, 20 ବିଧାନସଭା ଆସନ ଉପରେ ନଜର - BJP CANDIDATE LIST

କୌଣସି ଅଘଟଣର ଆଶଙ୍କା କରି ସ୍ଥାନୀୟ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲା । ତେବେ କିଛି ସମୟରେ ଉତ୍ତେଜନା ପରେ ବୁଝାସୁଝା ପରେ ବିଜୟଙ୍କ ସମର୍ଥକ ସେଠାରୁ ଚାଲିଯାଇଥିଲେ । ବିଜେପିର ପ୍ରାର୍ଥୀ ଘୋଷଣା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ କଟକରେ ମଧ୍ୟ ସମାନ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ଏହି ହଟ୍ଟଗୋଳ ଓ ବଚସା ମଧ୍ୟରେ ଅଟକି ଯାଇଥିଲା ସାଂସଦ ପ୍ରାର୍ଥୀଙ୍କ ରାଲି । ବିଜେପି ଏଯାବତ କଟକର ଅନେକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ପ୍ରତି ଆସନ ପାଇଁ ଅନେକ ଦାବିବାର ଥିବା ବେଳେ ଏଭଳି ସ୍ଥିତିରେ ଦଳ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିବା ଦିଗ କାଠିକର ପାଠ ହୋଇପଡିଛି । 

ଇଟିଭି ଭାରତ, କଟକ   

Last Updated : Apr 11, 2024, 4:14 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.