ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ବିରୋଧ, ଖୋର୍ଦ୍ଧା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି - Prashant Jagdev Arrest Case

By ETV Bharat Odisha Team

Published : May 27, 2024, 6:16 PM IST

thumbnail
ଖୋର୍ଦ୍ଧା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି (ETV Bharat Odisha)

BJP Portest In Front Of Khordha Sub Collector Office: ଖୋର୍ଦ୍ଧା: ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫଦାରୀ ପ୍ରତିବାଦରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ବିଜେପି । ଗତ 25 ତାରିଖ ତୃତୀୟ ପର୍ଯ୍ୟୟ ମତଦାନ ସମୟରେ ବୋଲଗଡ କାଉଁରିପାଟଣା 114 ନଂ ବୁଥରେ ପ୍ରଶାନ୍ତ ଜଗଦ୍ଦେବ ମତଦାନ କରିବାକୁ ଯାଇଥିବା ବେଳେ କ'ଣ ଘଟିଥିଲା, ସେହି ଘଟଣା ବୁଥରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା କହିଛି । ଯାହାକୁ ସାର୍ବଜନୀନ କରିବା ପାଇଁ ଦାବି କରିଛନ୍ତି ବିଜେପି କର୍ମକର୍ତ୍ତା । 

ସେହିପରି ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ ନିର୍ବାଚନରେ ବିଜେଡିର ଏଜେଣ୍ଡ ସାଜି କାମ କରୁଥିବା ଅଭିଯୋଗ ପରେ ସେ ଆକ୍ରୋଶ ମୂଳକ ଭାବେ ପ୍ରଶାନ୍ତଙ୍କୁ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ମକର୍ତ୍ତା । ପ୍ରଶାନ୍ତ ଜଗଦ୍ଦେବ ନିର୍ଦ୍ଦୋଷ ଏବଂ ତାଙ୍କୁ ନିସର୍ତ୍ତରେ ଖଲାସ କରିବାକୁ ଦାବି କରି ଶହ ଶହ ବିଜେପି କର୍ମୀ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଆଗରେ ଧାରଣା ହେଇଛନ୍ତି । ପ୍ରାୟ ତିନିଘଣ୍ଟା ପର୍ଯ୍ୟନ୍ତ ବିଜେପି କର୍ମକର୍ତ୍ତାମାନେ ଧାରଣାରେ ବସିରହି ନାରାବାଜି କରିଥିଲେ । ସେହିଭଳି ବିଜେପିର ଦାବି ପୂରଣ ନହେଲେ ଆଗାମୀ ଦିନରେ ଜାତୀୟ ରାଜପଥ ଓ ଖୋର୍ଦ୍ଧା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପ୍ରଭାରୀ ଜୀବନ ସାହୁ । ସେପଟେ ବିଜେପିର ଘେରାଉକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଖୋର୍ଦ୍ଧା ଜେଲର 2 ନଂ ୱାର୍ଡରେ ଅନ୍ୟ କଏଦୀଙ୍କ ସହିତ ସାଧାରଣ ଭାବେ ପ୍ରଶାନ୍ତ ଜଗଦ୍ଦେବ ରହିଥିବା ଖୋର୍ଦ୍ଧା ଜେଲର କୃଷ୍ଣଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...‘ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୁରନ୍ତ ଛାଡ, ନହେଲେ ରାସ୍ତାକୁ ଓହ୍ଲାଇବୁ’ - BJP Demands Release Of Prashant
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.