ବାଲି ଚୋରା ଚାଲାଣକୁ ନେଇ ମାଫିଆଙ୍କୁ ବିଜେପିର କଡ଼ା ଚେତାବନୀ - SAND SMUGGLING

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 5, 2024, 8:27 PM IST

Sand Smuggling: ନିଆଳି: ବାଲି ଚୋରା ଚାଲାଣକୁ ନେଇ ବିଜେପିର ଚେତାବନୀ । ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଂଯୋଜକ ନିଆଳି ନିର୍ବାଚନ ମଣ୍ଡଳୀ ବିଜେପି ନେତା ପ୍ରଦିପ୍ତ କୁମାର ପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ପୋସ୍ତଳ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ଏହି ପ୍ରେସମିଟରେ ବାଲି ମାଫିଆଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଦିପ୍ତ । ଏହି ଅବସରରେ ପ୍ରଦିପ୍ତ କୁମାର ପାତ୍ର କହିଛନ୍ତି, "ବିଗତ ଦିନମାନଙ୍କରେ ନଦୀରୁ ଚୋରା ବାଲି ଚାଲାଣ ହେଉଥିଲା । ପ୍ରଶାସନ ବାଲି ମାଫିଆଙ୍କ କବଜାରେ ଥିଲା । ଏବେ ପରିବର୍ତ୍ତନ ହୋଇଛି ନୂଆ ସରକାର ଆସିଛି । ବାଲି ମାଫିଆଙ୍କ ପାଇଁ କୌଣସି ଦୟା ଧର୍ମ ଦେଖାଯିବ ନାହଁ । କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଦେବୀ ନଦୀର ବଡ ଖରମଙ୍ଗା ଯେଉଁ ବାଲି ଉତ୍ତୋଳନ ହେଉଛି, ଏଠାରେ ବାଲି ନାହିଁ । ନିକଟରେ ଥିବା ଅଣ୍ଢେଇ ସାହିଠାରୁ ନଦୀ ଗର୍ଭରୁ ଶହ ଶହ କୋଟି ଟଙ୍କାର ବାଲି ଉଠେଇ ନେଇଛନ୍ତି । ପ୍ରତ୍ୟେକ ଦିନ ଶହ ଶହ ହାଇଓ୍ବା ମାଧ୍ୟମରେ ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିଲା । ଗୋଟିଏ ଗାଡି ପିଛା ୪ ହଜାର ଟଙ୍କା ନେଉଥିଲେ ।"

ଏହା ବି ପଢନ୍ତୁ...ଦେବୀ ନଦୀରୁ ବେଆଇନ ବାଲି ଚାଲାଣ ପାଇଁ ଚିନ୍ତାରେ ଗ୍ରାମବାସୀ, ବାଲିଘାଟ ବନ୍ଦ ପାଇଁ ଭିଡିଲେ ଅଣ୍ଟା

"ଏ ବର୍ଷ ବି ଅଣ୍ଢେଇ ସାହି ଠାରୁ ବାଲି ଚୋରା ଚାଲାଣ ହେଉଛି । ସରକାରଙ୍କ ନିୟମକୁ ନମାନି ହାଇଓ୍ବାରେ ଓଭର ଲୋଡ ଯୋଗୁଁ ନଦୀ ବନ୍ଧ, କେନାଲ ବନ୍ଦ ରାସ୍ତା ଏବଂ ଛୋଟ ବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଲାଣି । ଅଣ୍ଢେଇ ସାହିଠାରୁ ବେଆଇନ ବାଲିଘାଟ ବନ୍ଦ ନ କରାଯାଏ ପ୍ରଶାସନକୁ ଚେତାବନୀ ଦିଆଯାଉଛି ଯ, ସ୍ଥାନୀୟ ବିଧାୟକ ଜିରୋ ଟ୍ରନାଲନ୍ସରେ କୌଣସି ଦୁର୍ନୀତିକୁ ପ୍ରଶୟ ଦେବାକୁ ପ୍ରସ୍ତୁତ ନାହାନ୍ତି । ବିଧାୟକଙ୍କ ନିର୍ଦ୍ଦେଶ ବେଆଇନ ବାଲି ଚାଲାଣ ହୋଇପାରିବ ନାହିଁ । ରାତି ଅଧରେ କଣ୍ଟାପଡ଼ା ତହସିଲ ଅଧୀନରେ ଦେବୀ ନଦୀର ଅଣ୍ଢେଇ ସାହି ଓ ତୀର୍ଥପଡା ନିକଟରୁ ବାଲି ଚାଲାଣ ହେଉଛି । ଜିଲ୍ଲା ବାହାର ମାଫିଆ ଏହି ବାଲି ଚୋରା ଚାଲାଣ କରୁଛନ୍ତି । ଚୋରା ବାଲି ଚାଲାଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି " ବୋଲି କହିଛନ୍ତି  ବିଜେପି ନେତା ପ୍ରଦିପ୍ତ କୁମାର ପାତ୍ର । 


ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.