thumbnail

ଆସନ୍ତା ୨୧ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ, ସ୍ୱାଗତ କଲା ବିଜେପି

By ETV Bharat Odisha Team

Published : Feb 19, 2024, 10:36 PM IST

ଭୁବନେଶ୍ବର: ରାଜଧାନୀରେ ଗର୍ଜିବ ମହିଳା କଂଗ୍ରେସ । ଆସନ୍ତା ୨୧ତାରିଖରେ ମହିଳା କଂଗ୍ରେସ ନବୀନ ନିବାସ ଘେରିବ କରିବ । ସେପଟେ ଏହାକୁ ସ୍ବାଗତ କରିଛି ବିଜେପି । ବିଳମ୍ବରେ ହେଉ ପଛେ କଂଗ୍ରେସ ଦଳ ମହିଳାଙ୍କ କଥା ମନେ ପଡ଼ିଲା ତାହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ କହିଛନ୍ତି, "ଯାହା ହେଉ ଏତେ ଦିନ ପରେ କଂଗ୍ରେସକୁ ମହିଳାମାନଙ୍କ କଥା ମନେ ପଡ଼ିଲା । ଭଲ କଥା ଆମେ ସ୍ଵାଗତ କରୁଛୁ । କିନ୍ତୁ କଂଗ୍ରେସ ଶାସନ ବେଳେ ମହିଳା ମାନେ କିଛି କରିପାରୁ ନଥିଲେ ଏବଂ କିଛି ବି ଯୋଜନା ନ ଥିଲା । ହେଲେ ଦେଶରେ ବିଜେପି ସରକାର ଯେବେ ଆସିଲା ମହିଳାଙ୍କୁ ପ୍ରାଧାନ୍ୟ ଦେଲେ ପ୍ରଧାନମନ୍ତ୍ରୀ ।"

ଏହା ମଧ୍ୟ ପଢନ୍ତୁ .....21ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ, ନୂଆ ସଭାନେତ୍ରୀ ମୀନାକ୍ଷୀଙ୍କ ପ୍ରଥମ କାର୍ଯ୍ୟକ୍ରମ

ସୂଚନାଯୋଗ୍ୟ ମହିଳା ମାନଙ୍କ ସୁରକ୍ଷା, ଦରଦାମ ବୃଦ୍ଧିକୁ ନେଇ ମହିଳା କଂଗ୍ରେସ ଘେରିବ ନବୀନ ନିବାସ । ଘେରାଉରେ ଉପସ୍ଥିତ ରହିବେ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାପତି । ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି ଅଭିଯୋଗ କରିଛି ଦଳ । ଏହାର ପ୍ରତିବାଦ ଆନ୍ଦୋନକୁ ଏହ୍ଲାଇବ ରଜ୍ୟ ମହିଳା କଂଗ୍ରେସ  । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.