କଟକ ବିକାଶର ମୂଳମଞ୍ଜି କେନ୍ଦ୍ର ସରକାର: ଭର୍ତ୍ତୃହରି ମହତାବ - Bhartruhari Mahtab Campaign

By ETV Bharat Odisha Team

Published : Apr 8, 2024, 10:59 PM IST

thumbnail

Bhartruhari Mahtab Campaign: କଟକ: ନିର୍ବାଚନ ପୂର୍ବରୁ କଟକରେ ଜୋରଦାର ଚାଲିଛି ପ୍ରଚାର । ଏହାରି ଭିତରେ କଟକ ବିକାଶ ନେଇ ଯେଉଁ ଛକାପଞ୍ଝା ଓ ଶ୍ରେୟ ରାଜନୀତି ଚାଲିଛି, ସେଥିରେ ପ୍ରବେଶ କରିଛନ୍ତି କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ନା କଂଗ୍ରେସ, ନା ବିଜେଡି, କେବଳ କେନ୍ଦ୍ରରେ ଥିବା ବିଜେପି ସରକାର ଆସିବା ପରେ କଟକକୁ ଏକ ସ୍ଵତନ୍ତ୍ର ଦୃଷ୍ଟିରେ ଦେଖୁଥିବା ସେ କହିଛନ୍ତି । ଭର୍ତ୍ତୃହରି କହିଛନ୍ତି, "ନଦୀ ପାର୍ଶ୍ଵରେ ଯାଇଥିବା ପାଇପ୍‌ ଲାଇନ୍‌ କେନ୍ଦ୍ର ଯୋଗାଇଛି । କିନ୍ତୁ ରାଜ୍ୟ ସରକାର ତାହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ଅବହେଳା ଯୋଗୁଁ କଟକରେ ବର୍ତ୍ତମାନ ଜଣ୍ଡିସ ବ୍ୟାପିବାରେ ଲାଗିଛି । ମାଟି ତଳେ କେବୁଲିଂ କାମ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି । ଏମିତି ଅନେକ କିଛି ବିକାଶମୂଳକ କାର୍ଯ୍ୟ ରହିଛି ଯାହା କେନ୍ଦ୍ର ଅବଦାନ ବିନା ଅସମ୍ପୂର୍ଣ୍ଣ । ତେଣୁ ଏହାକୁ ନଜରରେ ରଖି ଆସନ୍ତା ନିର୍ବାଚନରେ ବିଜେପି ନିଶ୍ଚୟ ବହୁମତରେ ବିଜୟ ଲାଭ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...କଟକ ଲୋକସଭା ନିର୍ବାଚନ: ଭର୍ତ୍ତୃହରିଙ୍କ ପୁରୁଣା ପିଚରେ ନୂଆ ବ୍ୟାଟ୍ସମ୍ୟାନ ସନ୍ତୃପ୍ତ, କାହାର ହେବ ବାଜିମାତ ! - Bhartruhari vs Santrupta

ଭାରତୀୟ ଜନତା ଯୁବ ମୋର୍ଚ୍ଚା କଟକ ବାରବାଟୀ ପକ୍ଷରୁ ଆଜି (ସୋମବାର) ଏକ ବିଶାଳ ଯୁବ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶାରଳା ଭବନଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡିର ବାରବାଟୀ କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଓ କଂଗ୍ରେସ ନେତା ମହମ୍ମଦ ମୋକିମ କଟକ ସହରରେ ହୋଇଥିବା ବିକାଶ କାର୍ଯ୍ୟର ଶ୍ରେୟ ନେବା ନେଇ ମତ ରଖିଛନ୍ତି ଭର୍ତ୍ତୃହରି । ବାସ୍ତବିକ କଟକ ସହରର ବିକାଶ ପାଇଁ ବ୍ୟବହାର ହୋଇଥିବା ଅର୍ଥ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ଭର୍ତ୍ତୁହରି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.