thumbnail

By ETV Bharat Odisha Team

Published : Jun 12, 2024, 4:11 PM IST

ETV Bharat / Videos

ଓଡ଼ିଶାରେ ଆଜିଠୁ ବିଜେପି ସରକାର, ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେପିର ତୁଙ୍ଗ ନେତା ଓ ମନ୍ତ୍ରୀ - Bjp Minister And Leaders Visit Puri

ପୁରୀ: ଓଡ଼ିଶାରେ ଆଜିଠୁ ସରକାର ଗଢିବ ବିଜେପି । ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ସପଥ ନେବେ ମୋହନ ଚରଣ ମାଝୀ । ତେବେ ଏହା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ବିଜେପିର ତୁଙ୍ଗ ନେତା ଓ ମନ୍ତ୍ରୀ । ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଚନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ଗୋଆ ର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ପୁରୀ ସାଂସଦ ସମ୍ବିତ ପାତ୍ର । ଶ୍ରୀମନ୍ଦିର ସିଂହଦ୍ୱାରରେ ବିଜେପିର ନେତା ମାନେ ପହଞ୍ଚିବା ପରେ ବିଜେପି କର୍ମକର୍ତ୍ତା ଓ ନେତା ସ୍ଵାଗତ କରିଥଲେ। ପରେ ଶ୍ରୀ ମନ୍ଦିର ଜାଇ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବିଜେପି ନେତୃମଣ୍ଡଳୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାକୁ ଥିବା ମୋହନ ମାଝୀ ଶପଥ ଗ୍ରହଣ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯକ୍ରମ ରହିଛି। 

ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ସେ ମହାପ୍ରଭୁଙ୍କ ଦର୍ଶନ ପାଈ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି । ତେବେ ଓଡ଼ିଶାରେ ବିଜେପି କୁ ସରକାର ଚଳାଇବା ପାଇଁ ଓଡ଼ିଶା ବାସୀ ଜନାଦେଶ ଦେଇଥିବାରୁ ସେ ଓଡ଼ିଶାକୁ ଧନ୍ୟବାଦ୍ ଦେଇଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ କହିଚନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର୍ ଗଠନ ହୋଇଛି । ଡବଲ ଇଞ୍ଜିନ ସରକାର୍ ଗଠନ ଯୋଗୁ ଓଡ଼ିଶାର ବିକାଶ ଦୃତ ଗତିରେ ଆଗେଇ ଚାଲିବ । ଆଗାମୀ କିଛି ବର୍ଷ ଭିତରେ ଓଡ଼ିଶା ଏକ ଉନ୍ନତ ରାଜ୍ୟରେ ପରିଗଣିତ ହେବ । ତେବେ ପୁରୀ ଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ଅଧିକ ନିଯୁକ୍ତି ସୃଷ୍ଟି ହେବ । ଯୁବକ ଯୁବତୀ ମାନେ ରୋଜଗାର ପାଇବେ । ଏଣୁ ଆଗାମୀ ଦିନରେ ଓଡ଼ିଶା ବାସି ଏକ ସୁଶାସନ ପାଇବେ ବୋଲି ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି । 
 

ଏହା ମଧ୍ୟ ପଢନ୍ତୁ: ନବୀନଙ୍କୁ ଭେଟିଲେ ମୋହନ: କହିଲେ ଶପଥ ସମାରୋହକୁ ଯିବାକୁ ନବୀନ ଦେଲେ ପ୍ରତିଶ୍ରୁତି


ପୁରୀ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.