thumbnail

By ETV Bharat Odisha Team

Published : Mar 28, 2024, 10:36 PM IST

ETV Bharat / Videos

ମା' ମଙ୍ଗଳାଙ୍କ ଦର୍ଶନ କଲେ ଜଗତସିଂହପୁର ଲୋକସଭା ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ - bibhu prasad tarai

Jagatsinghpur Lok Sabha constituency: ଜଗତସିଂହପୁର: ଲୋକସଭା ପ୍ରାର୍ଥୀ ବିଜେପି ଟିକେଟ ପାଇବା ପରେ ସମର୍ଥକଙ୍କ ସହିତ ମଙ୍ଗଳାଙ୍କ ଦର୍ଶନ କଲେ ବିଭୁ ପ୍ରସାଦ ତରାଇ । ଚଳିତ ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ତ୍ରୀମୁଖୀ ଲଢେଇ ପାଇଁ ପ୍ରମୁଖ ତିନି ଦଳ ରଣହୁଙ୍କାର ଦେଇଛନ୍ତି । ପ୍ରଥମେ ଭାରତୀୟ ଜନତା ପାର୍ଟିର ଲୋକସଭା ଟିକେଟ ଘୋଷଣା ହେଇଥିଲା । ଜଗତସିଂହପୁର ଲୋକସଭା ଆସନରୁ ବିଜେପି ସାଂସଦ ପ୍ରାର୍ଥୀ ହୋଇଛନ୍ତି ବିଜେପିର ରବିଷ୍ଠ ନେତା ବିଭୁ ପ୍ରସାଦ ତରାଇ । ସେ ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ଦର୍ଶନ କରିବା ସହ ସ୍ବତନ୍ତ୍ର ପୂଜାଅର୍ଚ୍ଚନା କରିଛନ୍ତି । କାକଟପୁରେ ପହଞ୍ଚିବା ପରେ ବିଭୁଙ୍କୁ ଶତାଧିକ ବିଜେପି କର୍ମୀ ବାଜା ବଜାଇ, ବାଣ ଫୁଟାଇ ବିରାଟ ପଟୁଆର ସହ ସ୍ବାଗତ କରିଥିଲେ ।  

ଏହା ପରେ ଏକ ପଦଯାତ୍ରାରେ ମୁଖ୍ୟ ବଜାରରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ।ତେବେ ପୂର୍ବରୁ ବିଜେଡି ଓ ସିପିଆଇ ମେଣ୍ଟରେ ବିଭୁ ପ୍ରସାଦ ତରାଇ ସାଂସଦ ଭାବେ ଜିତିଥିଲେ । ଗତ ନିର୍ବଚନରେ ବିଜେଡି ଲୋକସଭା ସାଂସଦ ଡା. ରାଜଶ୍ରୀ ମଲ୍ଲିକଙ୍କ ଠାରୁ ପରାଜୟ ସ୍ବୀକାର କରିଥିଲେ । ଚଳିତ ସାଧାରଣ ନିର୍ବାଚନରେ ପୁଣି ଜଗତସିଂହପୁର ଲୋକସଭା ଆସନରୁ ଦୁଇ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହେବେ ।ଏନେଇ ଜଗତସିଂହପୁର ଲୋକସଭା ଅନ୍ତର୍ଭୁକ୍ତ କାକଟପୁର ନିର୍ବାଚନ ମଣ୍ଡଳୀରେ ପହଞ୍ଚି ବିଭୁ ନିଜର ଭୋଟ ସଂଗଠନ ସୁଦୃଢ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁୁ......BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ - BHARTRUHARI SIDHANT JOIN BJP

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.