ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବିଜେପି ଯୁବନେତା, ଅଡ଼ୁଆରେ ପ୍ରଦୀପ୍ତ ନାଏକ - BJP Leader Rohit Durga Quits Party - BJP LEADER ROHIT DURGA QUITS PARTY
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/09-04-2024/640-480-21186176-thumbnail-16x9-bjp.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 9, 2024, 10:04 PM IST
BJP Leader Rohit Durga Quits Party ଭବାନୀପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ଦଳ ଡିଆଁ ପର୍ବ ସେତିକି ଜୋର ଧରିଛି । ଏହାରି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଅନେକ ରୋଚକ ଦୃଶ୍ୟ । କେତେବେଳେ ବାପ-ପୁଅ ରାଜନୀତିକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ଗୁରୁଙ୍କ ବିରୋଧରେ ଶିଷ୍ୟ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି । ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପୁଣିଥରେ ପ୍ରଦୀପ୍ତ ନାଏକଙ୍କ ନାଁକୁ ଘୋଷଣା କରିବା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି ।
୨୦୧୯ ମସିହାରେ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ବରିଷ୍ଠ ନେତା ପ୍ରଦୀପ୍ତ ନାଏକ । ହେଲେ ପରବର୍ତ୍ତୀ ସମୟରେ ବିଜୟ ହେବା ପରେ ନିଜ ଅଞ୍ଚଳକୁ ଭୁଲି ଯିବା ସହ କର୍ମୀଙ୍କ ସହ ଯୋଗାଯୋଗ କାଟି ଦେଇଥିବା ଅଭିଯୋଗ ହୋଇଥିଲା । ପରେ କୋଭିଡରେ ଆକ୍ରାନ୍ତ ହେବା ପରେ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ ନିର୍ବାଚନ ମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ଦୂରେଇ ରହିବା ପରେ ଏବେ ପୁଣି ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ସିଧାସଳଖ ବିରୋଧ କରିଛନ୍ତି କିଛି ବିଜେପି କର୍ମୀ । ପ୍ରଦୀପ ନାଏକଙ୍କୁ ନିଜ ରାଜନୀତି ଗୁରୁ ମାନୁଥିବା ଯୁବ ବିଜେପି ନେତା ତଥା ସମାଜସେବୀ ରୋହିତ ଦୁର୍ଗା ଚଳିତ ନିର୍ବାଚନରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବାବେଳେ ବିଜେପି ପୁଣିଥରେ ପ୍ରଦୀପ୍ତଙ୍କୁ ଟିକେଟ ଦେଇଛି । ଯାହାକୁ ବିରୋଧ କରି ଆଜି ରୋହିତ ଦୁର୍ଗା ଦଳ ଛାଡିବା ସହ ପୂର୍ବତନ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରେମନାଥ ନାଏକ ମଧ୍ୟ ଦଳ ଛାଡିଛନ୍ତି ।
ତେବେ ଏଥର ନିର୍ବାଚନରେ ପ୍ରଦୀପ୍ତ ନାଏକଙ୍କ ବିରୋଧରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ଭାବରେ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ରୋହିତ । ଏହା ସହିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ବର୍ଷିଛନ୍ତି ଉଭୟ ଯୁବନେତା । ସେ କହିଛନ୍ତି, "ବିଜେପି ପ୍ରାର୍ଥୀଙ୍କୁ ନଦେଖି ତାଙ୍କ ନାଁ ଘୋଷଣା କରିଛି । ବିଜେପିର ଶୀର୍ଷ ନେତୃତ୍ବ ଦଳର ଆଦର୍ଶ ଓ ନୀତିକୁ ଭୁଲି ଯାଇଛନ୍ତି । ପ୍ରଦୀପ୍ତ ନାଏକ ନିଜ ସ୍ବାସ୍ଥ୍ୟ ସମସ୍ୟା ଥିବା ସତ୍ତ୍ବେ ଟିକେଟ ପାଇଁ ଲବି କରିଥିଲେ ।" ତେଣୁ ଆଗାମୀ ଦିନରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିବ ବୋଲି ରୋହିତ ଦୁର୍ଗା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି