ଜରୁରୀକାଳୀନ ପରିସ୍ଥିତିକୁ 50 ବର୍ଷ; ବିଜେପି ପାଳିଲା କଳା ଦିବସ - BJP observed Black day

By ETV Bharat Odisha Team

Published : Jun 26, 2024, 11:28 AM IST

thumbnail
BJP OBSERVED BLACK DAY (ETV Bharat Odisha)

BJP OBSERVED BLACK DAY ଜଗତସିଂହପୁର: ଜିଲ୍ଲା ବିଜେପି ପକ୍ଷରୁ ମଙ୍ଗଳବାର ଦିନ ସ୍ଥାନୀୟ ଶାରଦା ମଣ୍ଡପଠାରେ ଜୁନ 25କୁ କଳା ଦିବସ ଭାବେ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗ ଦେଇ 1975 ମସିହାରେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀ ସରକାର ଯେଉଁ ଜରୁରୀକାଳୀନ ସ୍ଥିତି ଲାଗୁ କରିଥିଲେ ସେ ସମ୍ପର୍କରେ ଆଲୋକପାତ କରିବା ସହିତ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ । 

ଏହାମଧ୍ୟ ପଢନ୍ତୁ.. ଓଡ଼ିଶା ଫେରୁଛନ୍ତି ମନୋଜ ଆହୁଜା, ଓଡ଼ିଶାକୁ ମିଳିବେ ନୂଆ ମୁଖ୍ୟ ଶାସନ ସଚିବ ! - Next chief secretary of Odisha

ଏହି ଅବସରରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, "1975 ମସିହାରେ କଂଗ୍ରେସ ନେତୃତ୍ୱାଧୀନ ଇନ୍ଦିରା ଗାନ୍ଧୀ ସରକାର ଯେଉଁ ଏମରଜେନ୍ସି ଲାଗୁ କରିଥିଲେ ତାହା ଭାରତୀୟଙ୍କ ପାଇଁ ଏକ କଳା ସମୟ । ସେ ସମୟରେ ନିଜର ସ୍ୱାର୍ଥ ପାଇଁ ଇନ୍ଦିରା ଗାନ୍ଧୀ ସରକାର ଦୁଇବର୍ଷ କାଳ ଜରୁରୀ ପରିସ୍ଥିତି ଦେଶରେ ଲାଗୁ କରିଦେଲେ । ହଜାର ହଜାର ଲୋକେ ବିନା ଦୋଷରେ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା । ପ୍ରାଦେଶିକ ସରକାରଙ୍କ କ୍ଷମତାକୁ ପ୍ରତ୍ୟାହାର କରି ନିଆଗଲା । ବିରୋଧି ଦଳ ନେତାଙ୍କୁ ଜେଲରେ ପୁରାଇ ଦିଆଗଲା । ଗଣମାଧ୍ୟମର କଣ୍ଠରୋଧ କରିଦିଆଗଲା । ଦେଶବାସୀଙ୍କ ବାକ୍‌ ସ୍ବାଧୀନତାକୁ ହତ୍ୟା କଲା ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର । ତାହା ଆଜିବି ଲୋକେ ଭୁଲି ପାରିନାହାନ୍ତି ।" ଏହି ସଭାରେ ଜାତୀୟ ସଙ୍ଗୀତ ପରିବେଷଣ ହେବା ସହିତ ଜରୁରୀକାଳୀନ ପରିସ୍ଥିତି ସମୟରେ କାରାଦଣ୍ଡ ଭୋଗିଥିବା 9 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.