କୋର କମିଟି ବୈଠକରେ ବିଜେପିର ରଣନୀତି, 1 କୋଟି ସଦସ୍ୟଙ୍କୁ ଦଳରେ ଯୋଡିବା ଲକ୍ଷ୍ୟ - BJP Core Committee Meeting

By ETV Bharat Odisha Team

Published : Aug 25, 2024, 10:43 PM IST

thumbnail
BJP Core Committee Meeting (ETV Bharat Odisha)

ଭୁବନେଶ୍ବର: ବିଜେପିର କୋର କମିଟି ବୈଠକ ଶେଷ । ଆଜି ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିଲା ଏହି କୋର୍ କମିଟି ବୈଠକ । 
ଆଗାମୀ ଦିନରେ ଦଳର ରଣନୀତି ସହ ରାଜନୈତିକ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହୋଇଛି । ଏହାସହ ଚଳିତ ଥର ସଦସ୍ୟତା ଅଭିଯାନରେ 1 କୋଟି ଲୋକଙ୍କୁ ଯୋଡିବା ପାଇଁ ଲକ୍ଷ୍ୟକୁ ସଫଳ କରିବା ଦିଗରେ ଚର୍ଚ୍ଚା ଆଲୋଚନା କରାଯାଇଛି । ସେପଟେ ସୁଭଦ୍ରା ଯୋଜନା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି । 

1କୋଟି ସଦସ୍ୟତା ଲକ୍ଷ୍ୟ:

ଓଡ଼ିଶାରେ 1 କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ । ଏଥିପାଇଁ ଲୋକଙ୍କ ପାଖକୁ ଯାଇ ଲୋକ ସମ୍ପର୍କ କରିବେ କର୍ମକର୍ତ୍ତା । ସେପ୍ଟେମ୍ବର 1 ତାରିଖ ଦିନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ସଦସ୍ୟତା ଗ୍ରହଣ କଲା ପରେ ରାଜ୍ୟ, ଜିଲ୍ଲା ସ୍ତରରେ ଆରମ୍ଭ ହେବ ସଦସ୍ୟତା ଅଭିଯାନ । 

ଏହା ବି ପଢନ୍ତୁ...ରାଜ୍ୟସଭା ନିର୍ବାଚନ: ବିଜେପିରୁ ମମତା ମହାନ୍ତ, ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ - Mamata Mahant files nomination
 

ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ:
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ବୈଠକରେ ଯୋଗ ଦେଇଥିଲେ । ସେହିପରି ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ସାଂସଦ ସମ୍ବିତ ପାତ୍ର, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ବୈଠକରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.