thumbnail

By ETV Bharat Odisha Team

Published : Mar 25, 2024, 12:12 PM IST

ETV Bharat / Videos

ଢେଙ୍କାନାଳ ଲୋକସଭା ଆସନରୁ ଲଢିବେ ରୁଦ୍ର ନାରାୟଣ, ଷଷ୍ଠ ଥର ପାଇଁ ପ୍ରାର୍ଥୀ କଲା ଦଳ - Lok Sabha Election 2024

Interview with Rudranarayan Pani ଅନୁଗୋଳ: ଓଡିଶାର 18ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି । ଷଷ୍ଠ ଥର ପାଇଁ ଲୋକସଭା ନିର୍ବାଚନ ଲଢିବାକୁ ଟିକେଟ ଦେଇଛି ଦଳ । ପୂର୍ବରୁ ସେ 5 ଥର ଲୋକସଭା ନିର୍ବାଚନ ଲଢିଥିଲେ ମଧ୍ୟ ଥରୁଟିଏବି ବିଜୟୀ ହୋଇ ନାହାନ୍ତି ସେ । 2019 ନିର୍ବାଚନରେ କମ ଭୋଟରେ ସେ ବିଜେଡି ସାଂସଦ ମହେଶ ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ । ସେ ପୁଣି ଥିରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀ ନିର୍ବାଚନ କମିଟିକୁ କୃତଜ୍ଞତା ଜଣାଇଛନ୍ତି । 

ବିଗତ ଦିନରେ ଧର୍ମେନ୍ଦ୍ର ପ୍ରଧାନ ଏହି ଲୋକସଭାରୁ ନିର୍ବାଚନ ଲଢ଼ିବେ ବୋଲି କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ସେ ଲୋକଙ୍କ ପାଇଁ ବହୁତ କାର୍ଯ୍ୟ କରିଛନ୍ତି । ଯାହାର ଫାଇଦା ଏଥର ଦଳକୁ ମିଳିବ ବୋଲି ରୁଦ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି,''ବିଗତ 19 ନିର୍ବାଚନରେ ମାତ୍ର ଦେଢ଼ ପ୍ରତିଶତ ଭୋଟ୍ ବ୍ୟବଧାନରେ ମୁଁ ହାରିଥିଲି । ଏଥର କିନ୍ତୁ ଭୋଟ୍ ହାର ବଢିଛି । ତେଣୁ ବିଜୟ ଆମ ସପକ୍ଷରେ ଯିବ । ଯାହା କେନ୍ଦ୍ରୀୟ ବିକାଶ ହୋଇଛି ତାକୁ ପାଥେୟ କରି ସେ ନିର୍ବାଚନ ପାର ହେବର ଲକ୍ଷ୍ୟ ରହିଛି । ବିଜେପି ଲୋକସଭା ନିର୍ବାଚନରେ ବିଜୟୀ ହେବ । ''

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ-ସମ୍ବିତ ପାତ୍ର - Dharmendra Visits Puri

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.