ଫୁଲବାଣୀ ବିଜେଡିରେ ବିଦ୍ରୋହ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କୁଶପୁତ୍ତଳିକା ଦାହ କଲେ କର୍ମୀ - Phulbani Politics - PHULBANI POLITICS

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 7, 2024, 10:56 PM IST

Phulbani Politics: ଫୁଲବାଣୀ: ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳରେ ଟିକେଟ ବଣ୍ଟା କସରତ ଯେତିକି ଜୋର ଚାଲିଛି, ଦଳ ମଧ୍ୟରେ ବିଦ୍ରୋହର ନିଆଁ ମଧ୍ୟ ସେତିକି ଜୋରରେ ଜଳିବାକୁ ଲାଗିଛି । ବିଶେଷ କରି ଶାସକ ବିଜୁ ଜନତା ଦଳରେ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଏହି କ୍ରମରେ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ବିଧାୟକ ପ୍ରାର୍ଥୀ ଚୟନରେ ଅସନ୍ତୋଷ ଝାଡ଼ିଛନ୍ତି ଦଳର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଓ ଖଜୁରୀପଡାର ପୂର୍ବତନ ବ୍ଲକ ଅଧକ୍ଷ ବୀରେନ୍ଦ୍ର କହଁର ।

ଏଥର ଫୁଲବାଣୀ ପାଇଁ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ହେଲେ ପଦ୍ମନାଭଙ୍କୁ ବିରୋଧ କରି ଆଜି (ରବିବାର) ଶହ ଶହ ଦଳୀୟ କର୍ମୀ ଓ ପଞ୍ଚାୟତ ପ୍ରତିନିଧି ଖଜୁରୀପଡା ବ୍ଲକ ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା କରି 'ପଦ୍ମନାଭ ବେହେରା ମୁର୍ଦାବାଦ' ନାରା ଦେଇଥିଲେ । ଏପରିକି ବିଜେଡି ପର୍ଯ୍ୟବେକ୍ଷକ 'ବିଜୟ ନାୟକ ଗୋ ବ୍ୟାକ' ନାରା ଦେଇ ଖଜୁରୀପଡା ବଜାର ପରିକ୍ରମା କରି ଛକରେ ପଦ୍ମନାଭଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଗତ ୩୦ ବର୍ଷ ଧରି କେବଳ ଫିରିଙ୍ଗିଆ ବ୍ଲକରୁ ବିଧାୟକ ପ୍ରାର୍ଥୀ ଚୟନ ହେଉଥିବାରୁ ପଦ୍ମନାଭ ବେହେରା ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଏହି ଆନ୍ଦୋଳନ ପଞ୍ଚାୟତସ୍ତରରେ ପହଞ୍ଚିବ ବୋଲି ଚେତାବନୀ ଦେଇଛନ୍ତି ଦଳୀୟ ନେତା ଓ କର୍ମୀ । କ୍ଷମତା ହାତରେ ରଖିବାକୁ ପଦ୍ମନାଭ ବେହେରା ଚକ୍ରାନ୍ତ କରି ଅନ୍ୟମାନଙ୍କ ଟିକେଟ କାଟିବା ଅଭିଯୋଗ କରି ତାଙ୍କ ସହ ଜୟଶ୍ରୀ କହଁରଙ୍କ କୁଶପତ୍ତଳିକା ମଧ୍ୟ ଦାହ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାୟଗଡ଼ା ବିଜେଡ଼ିରେ ଟିକେଟ୍ ଝଡ଼: ଅନୁସୂୟାଙ୍କ ପ୍ରାର୍ଥୀତ୍ବକୁ ବିରୋଧ, ଚର୍ଚ୍ଚାରେ ଭାସ୍କର-ଅନୁସୂୟା ଭେଟଘାଟ - Anusuya Meets Bhaskar Rao

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.