ଝାରସୁଗୁଡ଼ାରେ ବିଜେଡିର କର୍ମୀ ସମ୍ମିଳନୀ, ଦଳରେ ସାମିଲ ହେଲେ ଶହ ଶହ ବିଜେପି କର୍ମୀ - BJD Party Meeting

By ETV Bharat Odisha Team

Published : Apr 24, 2024, 9:15 PM IST

thumbnail

Jharsuguda Assembly Constituency ଝାରସୁଗୁଡ଼ା: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘନଘନ କର୍ମୀ ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ପରିପ୍ରକ୍ଷୀରେ ଆଜି (ବୁଧବାର) ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ଖେରୁଆଲ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଲପଟିଆ ଗ୍ରାମ ପଞ୍ଚାୟତର ୭୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିବା ବେଳେ ବଡମାଳ, ଏଚ. କଣ୍ଟାପାଲି, ପତ୍ରାପାଲି, ହିର୍ମା, କାତିକେଲା ଓ ଦଲକି ଗ୍ରାମ ପଞ୍ଚାୟତର ଶହଶହ ଲୋକ ବିଜେଡିରେ ଯୋଗ ଦେଇଛନ୍ତି ।

ତେବେ ଏହି କର୍ମୀ ସମ୍ମିଳନୀରେ ଝାରସୁଗୁଡା଼ ବିଧାନସଭା ଆସନ ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ ଯୋଗଦେଇ କହିଛନ୍ତି, "ବାପା (ନବ କିଶୋର ଦାସ) ଝାରସୁଗୁଡ଼ା ନୂତନ ନିର୍ମାଣ ପଥରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ସହ ପ୍ରତ୍ୟେକ ଗ୍ରାମାଞ୍ଚଳରେ କୀର୍ତ୍ତନ ମଣ୍ଡପ ଓ କଲ୍ୟାଣ ମଣ୍ଡପ ନିର୍ମାଣ କରି ନିଜ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଏହି ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ସଦା ସର୍ବଦା ୩୬୫ ଦିନ ପ୍ରସ୍ତୁତ ରହିଛି । ବିଜେପି ସବୁ ସମୟରେ ଜନସାଧାରଣଙ୍କୁ ଅନ୍ଧାରରେ ରଖି ଜନବିରୋଧି କାର୍ଯ୍ୟ କରିଆସୁଛ । ଏଥର ନିର୍ବାଚନରେ ବିଜେଡି ବିପୁଳ ପରିମାଣ ଭୋଟରେ ବିଜୟୀ ହେବ ।" 

ଏହା ମଧ୍ୟ ପଢ଼ନ୍ତୁ...ଝାରସୁଗୁଡ଼ାରେ ବିଜେଡିର ବିଶାଳ ମହିଳା ସମାବେଶ - BJD Women Rally

ଆଜିର ଏହି କର୍ମୀ ସମ୍ମିଳନୀକୁ କୃଷ୍ଣ ଚନ୍ଦ୍ର ବଢେଇ ପରିଚାଳନା କରିଥିବା ବେଳେ ବରଗଡ ଲୋକସଭା ସାଂସଦ ପ୍ରାର୍ଥିନୀ ପରୀଣିତା ମିଶ୍ର, ଜିଲ୍ଳା ପର୍ଯ୍ୟବେକ୍ଷକ ବିଷ୍ଣୁ କେଡିଆ, ଜିଲ୍ଲା ସଭାପତି ରବି ସିଂ, ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଭୋଇ, ବ୍ଲକ ଅଧ୍ୟକ୍ଷ ଦାମୋଦର ନାଥ ଓ ବରିଷ୍ଠ ସକ୍ରିୟ କର୍ମୀ ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.