ଖଡ଼ିଆଳ ନିର୍ବାଚନ ମଣ୍ଡଳୀ; ଖରାରେ ଜମୁଛି ବିଜେପି ଓ ବିଜେଡିର ପ୍ରଚାର - BJP And BJD Election Campaign - BJP AND BJD ELECTION CAMPAIGN
🎬 Watch Now: Feature Video
Published : May 3, 2024, 11:20 PM IST
Khariar Assembly constituency Election Campaign: ନୂଆପଡା: ରାଜ୍ୟରେ ଖରା ତାତି ଠାରି ଅଧିକ ରହିଛି ରାଜନୈତିକ ଉଷ୍ଣତା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଜୋରଦାର ପ୍ରଚାର ଚଳାଇଛନ୍ତି ନେତା । ଏହି ପରିପ୍ରେକ୍ଷୀରେ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡି ଓ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି । ପ୍ରଚଣ୍ଡ ଖରାକୁ ଖାତିର ନକରି ଗାଁ ଗାଁରେ ଡେରା ପକାଇଛନ୍ତି ପ୍ରାର୍ଥୀ ।
ତେବେ ଚଳିତ ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତିଙ୍କୁ ଭାରତୀୟ ଜନତା ପାର୍ଟି ଭରସା କରି ଖଡ଼ିଆଳରୁ ପ୍ରାର୍ଥୀ କରିଛି । ତେବେ ପ୍ରଚାର ସମୟରେ ହିତେଶ କୁମାର ବଗର୍ତ୍ତି ପ୍ରକାଶ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଉଜ୍ଜ୍ୱଲା ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ଭଳି ବହୁମୁଖୀ ଯୋଜନାର ଲୋକେ ଲାଭ ପାଉଛନ୍ତି । ଆଗକୁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ହେଲେ ଲାଡ଼ଲି ବେହେନା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ 1000 ଟଙ୍କା ଭତ୍ତା, ଧାନର MSP 31 ଶହ ଟଙ୍କା ଭଳି ବହୁମୁଖୀ ଯୋଜନା ଓଡିଶାରେ ଲାଗୁ ହେବ ।" କଳାହାଣ୍ଡି ଲୋକସଭା କ୍ଷେତ୍ର ମଧ୍ୟରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ କଳାହାଣ୍ଡି ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥିନୀ ମାଳବିକା କେଶରୀ ସିଂଦେଓ ଖଡ଼ିଆଳରେ ହିତେଶ କୁମାର ବଗର୍ତ୍ତିଙ୍କ ସହ ମିଶି ପ୍ରଚାରକୁ ଜୋରଦାର କରିଛନ୍ତି ।
ସେପଟେ ଖଡ଼ିଆଳ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଅଧିରାଜ ମୋହନ ପାଣିଗ୍ରାହୀ । ତେବେ ଅଧିରାଜ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜଣକଲ୍ୟାଣକାରୀ ଯୋଜନା ଗାଁ ଠାରୁ ପଲ୍ଲୀକୁ ପହଞ୍ଚି ସାରିଛି । ଲୋକେ ଯେଉଁ ଭଳି ଭାବରେ ବିପୁଳ ସ୍ୱାଗତ କରୁଛନ୍ତି ସେଥିରୁ ଜଣାପଡୁଛି ବିଜୁଜନତା ଦଳ ବିଜୟୀ ହେବ । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ।"
ଇଟିଭି ଭାରତ, ନୂଆପଡ଼ା