thumbnail

By ETV Bharat Odisha Team

Published : Mar 5, 2024, 3:42 PM IST

ETV Bharat / Videos

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳନ, ବିଜୁଙ୍କ ଆଦର୍ଶକୁ ପ୍ରାଥମିକତା ଦେବା ପାଇଁ ଶପଥ

Biju Patnaik 108th birth anniversary Celebrated in Kendujhar: କେନ୍ଦୁଝର: ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ଆଦର୍ଶକୁ ପ୍ରାଥମିକତା ଦେବା ପାଇଁ ବିଜୁ ଜନତା ଦଳର କର୍ମୀଙ୍କର ଶପଥ ପାଠ । ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ପ୍ରବାଦ ପୁରୁଷଙ୍କର ଜନ୍ମ ଜୟନ୍ତୀ କେନ୍ଦୁଝର ଜିଲ୍ଲାରେ ଧୁମ୍ ଧାମର ସହ ପାଳନ ହୋଇଛି । ସକାଳୁ କେନ୍ଦୁଝର ସହରର ଥାନା ଛକ ଠାରେ ଅବସ୍ଥିତ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତୀରେ ଶତାଧିକ କର୍ମୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଲା ସଭାପିତି ମାଧବ ସର୍ଦ୍ଦାରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।   

ଏହା ମଧ୍ୟ ପଢ଼ନ୍ତୁ.....  ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିନ, ଜନନାୟକଙ୍କୁ ଝୁରୁଛି ଓଡ଼ିଶା

ଏହି ଅବସରରେ ସାଂସଦ ଚନ୍ଦ୍ରାଣି ମୁର୍ମୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବର୍ତ୍ତମାନର ବହୁ ସଦସ୍ୟ ଙ୍କ ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ। ଏହାପରେ ସ୍ଥାନୀୟ ଅଡ଼ିଟୋରିୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି ସଭାରେ ସମସ୍ତ ସଦସ୍ୟ ବିଜୁ ବାବୁଙ୍କ ଆଦର୍ଶକୁ ଆପଣେଇବାକୁ ଶପଥ ନେଇଥିଲେ। କାର୍ଯ୍ୟକ୍ରମ ପରେ ବିଭିନ୍ନ ସ୍ଥାନରେ ଫଳ ବଣ୍ଟନ ସହ ଜିଲ୍ଲା କମିଟି ପକ୍ଷରୁ ବହୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ପ୍ରକାଶ ଯେ ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ବିଜୁବାବୁ ୧୯୧୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁ। ସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ପାଇଲଟ ହେବାର ଇଚ୍ଛା ଥିବାରୁ ସେ ବିମାନ ଚାଳନାରେ ତାଲିମ ନେଇଥିଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ୧୯୪୬ରେ ଜବାହରଲାଲ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ବତନ୍ତ୍ରତା ସଂଗ୍ରାମର ଦୁଇ ତୁଙ୍ଗ ନେତାଙ୍କୁ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଡଚ୍‌ମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.